ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପ୍ରରୀକ୍ଷଣ ଶିବିର…

hi0
Share

କୁଚିଣ୍ଡା,ତା.୨୫।୦୨: ସମନ୍ୱୀତ ୱାଡି ପ୍ରକଳ୍ପ କୁଚିଣ୍ଡା ପକ୍ଷରୁ ଆଜି ଟାଇଁସର ପଞ୍ଚୟାତର କୁଦୋପଡା ଓ ଠିଆବେର୍ଣ୍ଣା ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ପରୀକ୍ଷଣ ଶବିର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ୨ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନ ସଚେତନତା ସୃଷ୍ଟି କରାଯିବା ସହିତ ୧ ଶହରୁ ଉର୍ଦ୍ଧ୍ବ ବିଭିନ୍ନ ପିଡିତ ରୋଗୀ ମାନଙ୍କୁ ପରୀକ୍ଷା କରାଯାଇ ନିଶୁକ୍ଲ ଔଷଧ ଦିଆଯାଇଥିଲା। ବରିଷ୍ଠ ଚିକିତ୍ସକ ଡା.ରାଜାରାମ ଷଡଙ୍ଗୀ ଉଭୟ ଶିବିରରେ ତାଲିମ ପ୍ରଦାନ କରିବା ସହିତ ସ୍ୱାସ୍ଥ୍ୟ ପରିକ୍ଷା କରିଥିଲେ। ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ଭରତ ଚନ୍ଦ୍ର ପ୍ରଧାନ,ଭିଏଲଡବ୍ଲୁ ନକୁଳ କିଶାନ ଓ ହିସାବ ନିରୀକ୍ଷକ ଲୁକେଶ୍ୱର କଉଡି ପରିଚାଳନା କରିଥିଲେ ।