June 21, 2026

ରାୟଗଡ଼ା ଶିଶୁ ମନ୍ଦିରରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର..

IMG-20241124-WA0060
Share

 

 

ରାୟଗଡ଼ା(ରବି ରାଜ ବୈଦ୍ୟ)

ରାୟଗଡ଼ା ସ୍ଥିତ ରାମକୃଷ୍ଣ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆଧ୍ୟାତ୍ମିକ କକ୍ଷରେ ଉପାନ୍ତରେ ସାହିତ୍ୟର ଅସ୍ମିତାକୁ ନେଇ ଏକ ଆଲୋଚନା ଚକ୍ର ଦେଶାତ୍ମ ବୋଧକ ଏବଂ ଆଧ୍ୟାତ୍ମିକ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଶ୍ରୀଯୁକ୍ତ କବିରାଜ ମହାରଣା, ଡଃ ରତିରଂଜନ ଦାଶ, ଲଳିତ ମୋହନ ଜେନା, ପ୍ରମୋଦ କୁମାର ମହାନ୍ତି ଓ ଆନନ୍ଦ ଚନ୍ଦ୍ର ପଣ୍ଡା ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନଙ୍କୁ ମାନପତ୍ର ସହ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମର ମଞ୍ଚକୁ ଶ୍ରୀମତୀ ସସ୍ମିତା ମିଶ୍ର ଓ ପ୍ରଦୀପ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କବିତା ପାଠର ଅତିଥି ଥିଲେ ଶ୍ରୀଯୁକ୍ତ ସଦାଶିବ ରାଜଗୁରୁ ଏହି କାର୍ଯ୍ୟକ୍ରମରେ ସଞ୍ଚାଳନ କରୁଥିଲେ ଶ୍ରୀମତି ପଦ୍ମିନୀ ମିଶ୍ର ଓ ମହେଶ୍ବେତା ପାଣିଗ୍ରାହୀ, ଜୟଦେବ ସିଠ, ଶ୍ରୀ ଜୟଦେବ ସିଠ ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମର ନକ୍ସା ଅଙ୍କନ କରିବା ସହ ଧନ୍ୟବାଦ କରିଥିଲେ।