ଖୋର୍ଦ୍ଧା ଜିଲ୍ଲାର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଅର୍ଥ ବିଭାଗର ପ୍ରମୁଖ ସଚିବ
ଖୋର୍ଦ୍ଧା( ପ୍ରିୟଙ୍କା ମହାପାତ୍ର,)-
ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରସ୍ଥିତ ସ୍ପେଶାଲ ସର୍କିଟ୍ ହାଉସ୍ଠାରେ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ଆଇଏଏସ୍ଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା କରାଯାଇଥିଲା।ବୈଠକରେ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପଞ୍ଚାୟତିରାଜ, ସାମାଜିକ ସୁରକ୍ଷା, ଭିତ୍ତିଭୂମି ବିକାଶ ସମେତ ବିଭିନ୍ନ ପ୍ରମୁଖ କ୍ଷେତ୍ରରେ ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଯୋଜନାଗୁଡ଼ିକର ସଫଳ ରୂପାୟନ ସହ ଜନସାଧାରଣଙ୍କୁ ଠିକ୍ ସମୟରେ ସରକାରୀ ସେବା ଯୋଗାଇଦେବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।ଏହି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍)ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।
