April 26, 2026

କୋଲନରା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ..

IMG-20251024-WA0002
Share

କୋଲନରା(ସଞ୍ଜୀବ କଣ୍ଡାଗରୀ)ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସଦଭାବନା ଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି ଅଧ୍ୟକ୍ଷ ସଂଯୁକ୍ତା କୁଲସିକା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଗୋଷ୍ଟି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ହଳଧର ହିମିରିକା, ବିଷମକଟକ ନିର୍ବାଚନ ମଣ୍ଡଳୀ ବିଧାୟକଙ୍କ ପ୍ରତିନିଧି

ଆଇ.ଗୋବର୍ଦ୍ଧନ ରାଓ,ଜିଲ୍ଲା ପରିଷଦ ସଭ୍ୟା ସୁନିତା ତାଡ଼ିଙ୍ଗି,ଏକାଉଣ୍ଟାଣ୍ଡ ଗଣେଶ୍ୱର ଭଟ୍ଟ,ସହକାରୀ ନିର୍ବାହୀ ଯନ୍ତ୍ରୀ ସମୀର କୁମାର ରଥ,ରାଜସ୍ୱ ବିଭାଗ ସୁପରଭାଇଜର ଶରତ ଆନନ୍ଦ ବୈଠକରେ ଉପସ୍ଥିତ ଥିଲେ। ଜିପିଡ଼ିଓ ଅଜିତ କୁମାର ହୋତା ଉପସ୍ଥିତ ଜନ ପ୍ରତିନିଧି ଏବଂ ବିଭିନ୍ନ ବିଭାଗ ରୁ ଆସିଥିବା ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହ ପୂର୍ବ ପଞ୍ଚାୟତ ସମିତି ବୈଠକର ବିବରଣୀ ପଠନ କରି ଆଲୋଚନା ଆରମ୍ଭ କରିଥିଲେ।ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ପାନୀୟ ଜଳଯୋଗାଣ, ଶିକ୍ଷା ବିଭାଗ,ପଶୁ ସମ୍ପଦ ବିଭାଗ,ଓଡିଶା ଜୀବିକା ମିଶନବିଭାଗ,ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଜିପିଡ଼ିଓ ହୋତା ପରିଚାଳନା କରିଥିବା ବେଳେ ପଞ୍ଚାୟତ ସମିତିର ସମସ୍ତ ପିଇଓ ଏବଂ ପିଇଓ ସଂଘର ବ୍ଲକ ସଭାପତି ଲିଙ୍ଗରାଜ ତାଡ଼ିଙ୍ଗି ଉପସ୍ଥିତ ରହି ସହଯୋଗ କରିଥିଲେ।ବୈଠକରେ ଡାକ୍ତର ସୌମ୍ୟ ରଞ୍ଜନ ନାୟକ,ବିଇଓ ମଞ୍ଜୁଲତା ଜେନା,ଡବ୍ଲୁଇଓ ଦେବାଶିଷ ମୁଣ୍ଡ ଉପସ୍ଥିତ ଥିଲେ। ଶେଷରେ ଜିପିଡ଼ିଓ ହୋତା ସମସ୍ତ ଜନ ପ୍ରତିନିଧି ଏବଂ ଅଧିକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।