April 27, 2026

ତିର୍ତୋଲ ର ଐତିହାସିକ ଚେଳିତୋଳ ବାଲିଯାତ୍ରା ୨୦୨୫ ପାଇଁ ପ୍ରସ୍ତୁତି ବୈଠକ

IMG-20251024-WA0018
Share

 

ତିର୍ତ୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।

 

ବହୁ ପ୍ରତିକ୍ଷିତ ତିର୍ତ୍ତୋଲ ର ଐତିହାସିକ ଚେଳିତୋଳ ବୋଇତ ବନ୍ଦାଣ ବାଲିଯାତ୍ରା ମହୋତ୍ସବ ର ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଲିଯାତ୍ରା କମିଟିର ସଭାପତି ତଥା ତିର୍ତ୍ତୋଲ ର ବିଧାୟକ ଡଃ. ରମାକାନ୍ତ ଭୋଇ ଙ୍କ ଆହ୍ୱାନରେ ପରିଚାଳିତ ଏହି ପ୍ରସ୍ତୁତି ବୈଠକରେ ତିର୍ତ୍ତୋଲ ଅତିରିକ୍ତ ତହସିଲଦାର କଳ୍ପନା ମାଡାମ, ତିର୍ତ୍ତୋଲ ବିଡ଼ିଓ ମହୋଦୟ, ସମାଜସେବୀ ତଥା ସାଂସଦ ଙ୍କ ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ହୋତା, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଜାତା ମହାନ୍ତି, ବରିଷ୍ଠ ସମାଜସେବୀ ପ୍ରଭାତ କୁମାର ମହାନ୍ତି, ତିର୍ତ୍ତୋଲ ଥାନାଧିକାରୀ, ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ, ଜିଲ୍ଲାପରିଷଦ ଅଶ୍ୱିନୀ କୁମାର ଦାସ, ବାଲିଯାତ୍ରା କମିଟିର ସାଂସ୍କୃତିକ ସଂଯୋଜକ ବିମଳ କୁମାର ମହାପାତ୍ର ଏବଂ ସମସ୍ତ ସରକାରୀ ଦପ୍ତର ର ପଦାଧିକାରୀ ମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା । ଚଳିତ ବାଲିଯାତ୍ରା ଯେପରି ସବୁଠାରୁ ଆକର୍ଷଣୀୟ ହୋଇ ପାରିବ ସର୍ବଦଳୀୟ ଭାବେ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ସବୁଠୁ ଭଲ ନିଷ୍ପତ୍ତି ଥିଲା ଯେ ପ୍ରାରମ୍ଭ ରୁ ଯେଉଁ ମାନେ ବାଲିଯାତ୍ରା କୁ ସମୟ ଦେଇ ସରସ ସୁନ୍ଦର କରି ଆଗେଇ ଆଣିଥିଲେ ସେ ସମସ୍ତଙ୍କୁ ଖୋଜି ଲୋଡି ନିମନ୍ତ୍ରଣ କରି ଡକାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରିବା । ଏହି ସବୁ କାର୍ଯ୍ୟରେ ବିବେକାନନ୍ଦ ହୋତା ଓ ପ୍ରଭାତ କୁମାର ମହାନ୍ତି ଙ୍କୁ ଦାୟିତ୍ୱ ନ୍ୟସ୍ତ କରାଗଲା । ପ୍ରଥମ କରି ନିର୍ଦଳୀୟ ଭାବେ ସମସ୍ତେ ବାଲିଯାତ୍ରାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କାରିଥିବାରୁ ଉପସ୍ଥିତ ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଦୁଃଖର ବିଷୟ ଏହିଯେ ବାଲିଯାତ୍ରା ସରିବା ପରେ ପଡିଆରେ ଜମି ରହିବା କଚଡ଼ା ସଫା କରିବାକୁ ଗତ ବର୍ଷ ଭୁଲି ଯାଇଥିବା ବେଳେ ଚଳିତ ବର୍ଷ ସେ ବିଷୟରେ କୌଣସି ଆଲୋଚନା କରାଯାଇ ନଥିଲା । ଦେଖିବାକୁ ରହିଲା ବାଲିଯାତ୍ରାର ସଫଳତା ପାଇଁ ମାଇଲେଜ ନେଉଛି କିଏ ?