April 28, 2026

ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ସହ ଦୁର୍ଗମ ଅଞ୍ଚଳରେ ନୁଆଁ ଟାୱାର ପାଇଁ ଡିଜିଏମ ସହ ଆଲୋଚନା 

IMG-20241024-WA0001
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ବିଏସଏନଏଲ ଟାୱାର କାର୍ଯ୍ୟକ୍ଷମ ହେଉନଥିବାର ଏହାର ପ୍ରତିକାର ପାଇଁ ବିଭାଗୀୟ ଡିଜିଏମଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି।ମଙ୍ଗଳବାର ଦିନ ୧ଘଟିକା ସମୟରେ ବିଏସଏନ୍ଏଲ୍ ଟେଲିଫୋନ ଆଡ଼ଭାଈଜେରି କମିଟି ମେମ୍ବର ରୋହିତ ଭୋଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବିଏସଏନଏଲ ସମ୍ବଲପୁର କାର୍ଯ୍ୟାଳୟ ରେ ଡିଜିଏମ ଧନୁର୍ଜୟ ମାଝିଙ୍କୁ ଭେଟି ନାକଟିଦେଉଳ ବ୍ଲକ୍ ଅଞ୍ଚଳର ଅନେକ ଟାୱାର କୁ କାର୍ଯ୍ୟକ୍ଷମ କରିବାକୁ ନେଟୱର୍କ ସଂଯୋଗ୍ କରିବା ସହିତ କିସିଣ୍ଡା ଗ୍ରାମ ପଞ୍ଚାୟତର ଖମାରବାହାଲ, ସାଲେଭଟା ଗ୍ରାମ ପଞ୍ଚାୟତର ବସାଲୋଇ,ମେଘାପାଲ ପଞ୍ଚାୟତର ଟାମ୍ପରସିଂହା ଠାରେ ନୂତନ ଟାୱାର ନିର୍ମାଣ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ବଲପୁର ନାକଟିଦେଉଳ ବ୍ଳକ୍ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଏହି ବିଷୟରେ ସ୍ୱତନ୍ତ୍ର ଦାୟିତ୍ୱରେଥିବା ଭୁବନେଶ୍ୱର ବିଭାଗୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବେ ବୋଲି ଡିଜିଏମ ପ୍ରତିଶୃତି ଦେଇଥିବା ଟିଏସି ମେମ୍ବର ଶ୍ରୀ ଭୋଇ ଜଣାଇଛନ୍ତି।