September 29, 2024

ଗଜପତି:- ଜିଲ୍ଲା ପ୍ରଶାସନ ତରଫରୁ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Share

 

———————————————ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ରକ୍ତ ଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ଯୋଗଦେଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଜିଲ୍ଲା ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ , ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ।

ରକ୍ତ ଦାନ ଶିବିରରେ ଜିଲ୍ଲାପାଳ ଶ୍ରୀ ଦାସ ସାମ୍ବାଦିକ ମାନଙ୍କୁ ଅଧିକ ସୂଚନା ଦେଇ କହିଥିଲେ ଯେ , ରକ୍ତଦାନ ଏକ ମହତ୍ ଦାନ । ରକ୍ତ ସମସ୍ତଙ୍କ ପାଖରେ ଜରୁରୀ ଆବଶ୍ୟକ ରହିଅଛି। ଜରୁରୀ ଆବଶ୍ୟକ ପଡିଲେ ଏହି ରକ୍ତ ମାଧ୍ୟମରେ କିଛି ଲୋକମାନଙ୍କର ଜୀବନ ବଞ୍ଚି ଯାଇଥାଏ , ଏଣୁ ଆଗାମୀ ଦିନରେ ମହାବିଦ୍ୟାଳୟ ଓ ବିଭିନ୍ନ ସଙ୍ଗଠନରେ ମଧ୍ୟ ରକ୍ତ ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି । ଅନେକ ଲୋକ ମଧ୍ୟ ରକ୍ତ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ଶିବିରରେ ମୋଟ ୭୨ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରି ଏକ ମହାନ କାର୍ଯ୍ୟରେ ଅଂଶ ଗ୍ରହଣ କରି ଆଗ୍ରହ ସହ ରକ୍ତଦାନ କରିଥିଲେ।

ଏହି ଶିବିରରେ ଡେପୁଟି କଲେକ୍ଟର ଶ୍ରୀ ପାଣକୃଷ୍ଣ ପାଣଗ୍ରାହୀ , ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ କମଳକାନ୍ତ ପଣ୍ଡା , ସ୍ଥାନୀୟ ତହସିଲଦାର ଶ୍ରୀ ନାରାୟଣ ବେହେରା , ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପରାମର୍ଶ ଦାତା ଶ୍ରୀ ପ୍ରଦୋଷ ଶତପଥୀ , ରକ୍ତ ଭଣ୍ଡାର ଟେକ୍ନିସିଆନ ଶ୍ରୀ ଖଗେଶ୍ୱର ବେହେରା ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————