April 29, 2026

ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ

IMG-20240924-WA0047
Share

 

ଅସ୍ତରଙ୍ଗ୨୪/୯୦/ ଅସ୍ତରଙ୍ଗ ବ୍ଲକର ପ୍ରସିଦ୍ଧ ମା ଦୁର୍ଗାଙ୍କ ପାର୍ବଣ ପୂଜା ପାଇଁ ମମଙ୍ଗଳବାର ଦିନ ପୂଜା ବିଧି ଅନୁସାରେ ମାଙ୍କ ମୃଣୟ ମୂର୍ତ୍ତି ନିର୍ମାଣ କରିବା ପାଇଁ ମାଟି ଅନୁକୂଳ ହୋଇଯାଇଛି।ମାଙ୍କ ପୂଜା ମଣ୍ଡପ ଠାରୁ କର୍ମକର୍ତ୍ତା ,ବ୍ରାହ୍ମଣ ମନେ ଏକ ଶୋଭାଯାତ୍ରାରେ ବାହାରି ଭଉଁରିଆ ନଦୀ ପଠାରେ ପହଞ୍ଚିଥିଲେ।ସେଠାରେ କର୍ତ୍ତା ପବିତ୍ର ମୋହନ ମହାନ୍ତିଙ୍କ ଉପସ୍ଥିତିରେ ରୀତି ନୀତି ଅନୁଯାୟୀ କାର୍ଯ୍ୟକୁ ବ୍ରାହ୍ମଣ ମାନେ ସମ୍ପାଦନ କରିଥିଲେ।ନଦୀ ଗର୍ଭରେ କର୍ତ୍ତା ବୁଡ଼ ପକାଇବା ସହିତ ହାତରେ ମାଟି ଆଣିଥିଲେ।ପ୍ରତି ବର୍ଷ ଷୋଳପୂଜା ଦିନ ମାଙ୍କ ପାଇଁ ମାଟି ଅନୁକୂଳ ହୋଇଥାଏ।ମାଙ୍କ ମୃଣୟ ମୂର୍ତ୍ତି ତିଆରି ସମ୍ପୂର୍ଣ୍ଣ ହୋଇସାରିବା ପରେ ବେଲ ବରିଣୀ ହେବା ପରେ ସପ୍ତମୀ ଠାରୁ ଦଶମୀ ତିଥି ମଧ୍ୟରେ ଚଣ୍ଡୀ ପାଠ ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ନୀତି ସମ୍ପନ୍ନ ହୋଇଥାଏ।ପାଞ୍ଚ ଦିନ ବ୍ୟାପି ମାଙ୍କ ପୀଠରେ ପୂଜା କାର୍ଯ୍ୟ ହୋଇଥାଏ।ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ମହିଳାମାନେ ମଣ୍ଡପକୁ ଆସି ମାଙ୍କୁ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥାନ୍ତି।ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ।ମା ଦୁର୍ଗା କ୍ଲବର ସଭାପତି ତଥା ଆଇନଜୀବୀ ଦିବ୍ୟଦର୍ଶୀ ବିଶ୍ଵାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂଜା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥାଏ।ବରିଷ୍ଟ ସଭ୍ୟ ତାହା ପୂର୍ବତନ କର୍ତ୍ତା ପୁରନ୍ଦର ବେହେରା, ଦୁଷ୍ମନ୍ତ ପରିଡା, ପ୍ରକାଶ ବେହେରା, ଯୁଗଳ ମହାନ୍ତି,ରବୀନ୍ଦ୍ର ପରିଡା, ଜିତେନ ବସ୍ତିଆ,ଦେବେନ୍ଦ୍ର ପରିଡା, ଭ୍ରମରବର ମହାନ୍ତି,ବେଣୁଧର ସାହୁ, ରାକେଶ ମହାନ୍ତି, ତପନ ଛାଟୋଇ, ମୁଥୁନ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଦୁଃଶାସନ ନାୟକ, ଅସ୍ତରଙ୍ଗ

You may have missed