September 29, 2024
Share

➡️୧-ଆଜି ମୂଳାଷ୍ଟମୀ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସହସ୍ର କୁମ୍ଭାଭିଷେକ ନୀତି। ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ମା ବିମଳାଙ୍କ ପୀଠରେ ଆଜିଠାରୁ ଆରମ୍ଭ ହେବ ଷୋଡଶ ଦିନାତ୍ମକ ପୂଜା ।

 

➡️୨-ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହେବ ଶକ୍ତିପୀଠ । ବିଭିନ୍ନ ପୀଠରେ ଆଜିଠୁ ଆରମ୍ଭ ହେବ ମାଆଙ୍କ ଷୋଡ଼ଶ ଉପଚାର ପୂଜା । ସ୍ବତନ୍ତ୍ର ରିତିନୀତି ଅନୁଯାଇ ମାଆଙ୍କ ପୂଜାର୍ଚ୍ଚନା କରାଯିବ ।

 

➡️୩-‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ସମସ୍ୟା, ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି l ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ ଶୁଣିଲେ ସମସ୍ୟା l ଲୋକଙ୍କୁ ଆଶ୍ୱାସନା ଦେବା ସହିତ ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ଦେଲେ ନିର୍ଦ୍ଦେଶ l

 

➡️୪-ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ ବର୍ଷଠୁ ପୁଣି ଆରମ୍ଭ ହେବ ବୋଲି ବୋର୍ଡ ସୂତ୍ରରୁ ମିଳିଲା ସୂଚନା l

 

➡️୫-ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ହେଲା ସିଲ୍, ଖୁବ ଶୀଘ୍ର ଦୋଷୀଙ୍କ ବିରୋଧରେ ଆକ୍ସନ ନିଆଯିବ l

 

➡️୬-ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ l ଆଜି ଅଧାରୁ ଅଧିକ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ହେଲା ଜାରି l ଆସନ୍ତା ୨୭ ପରେ ଆସିବ ପାଗରେ ପରିବର୍ତ୍ତନ l

 

➡️୭-ଶିଶୁ ଯୌନ ଶୋଷଣ” ଉପରେ ସୁପ୍ରିମ କୋର୍ଟଙ୍କ ରାୟକୁ ସମର୍ଥନ ଜଣାଇଲେ ରାଜ୍ୟ ସରକାର l

 

➡️୮-ଆଳୁ ପରେ ଏବେ ବଜାରରେ ପିଆଜ ମହଙ୍ଗା। ରାଜଧାନୀରେ ପିଆଜ କିଲୋ ପିଛା ୬୦ ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ ।

 

➡️୯-ମୃତ୍ୟୁପରେ ଚକ୍ଷୁଦାନ କଲେ ଆଠଗଡ଼ର ଲଢୁଆ ବରିଷ୍ଠ ବିଜେଡି ନେତା ପ୍ରଦୀପ ବିଶ୍ୱାଳ(୫୬) l ପରଲୋକ ପରେ ପରିବାର ପକ୍ଷରୁ ସ୍ୱର୍ଗତ ବିଶ୍ୱାଳଙ୍କ ହେଲା ଚକ୍ଷୁଦାନ l

 

➡️୧୦-ବଢ଼ିଲା କଣ୍ଠଶିଳ୍ପୀ ରୁକୁ ସୁନାଙ୍କ ଅଡୁଆ l କଳାହାଣ୍ଡି ବିଶିଷ୍ଟ କଳାକାର ରୁକସାନା ବାନୁଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ଏତଲା ଦେଇଛନ୍ତି ରୁକସାନା ବାନୁଙ୍କ ମାଆ ଓ ଭଉଣୀ ।

 

➡️୧୧-ରାଜ୍ୟରେ ନିୟନ୍ତ୍ରଣରେ ଅଛି ବାର୍ଡ ଫ୍ଲୁ । ପୁରୀ ଓ କେନ୍ଦ୍ରାପଡାକୁ ଛାଡି ଅନ୍ୟ କେଉଁ ଜିଲ୍ଲାରେ ନାହିଁ ପ୍ରତିବନ୍ଧକ । ଅନ୍ୟ ଜିଲ୍ଲାର ଲୋକେ କୁକୁଡା ଓ ଅଣ୍ଡା ଖାଇପାରିବେ । ବ୍ୟବସାୟୀମାନେ ମଧ୍ୟ ବେପାର କରିପାରିବେ ।

 

➡️୧୨-ମେଡିକାଲରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନାରେ ଭିମ୍‌ସାର ମାନଦଣ୍ଡ ପୂରଣ କରୁନଥିବାରୁ ଭିମ୍‌ସାରକୁ ମୋଟ ୧୧ ଲକ୍ଷ ୨୨ ହଜାର ଟଙ୍କାର ଫାଇନ୍‌ କଲା କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ।

 

➡️୧୩-ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ବିଜାଘାଟି ରାସ୍ତା ଉପରେ ପଡିଲା ମାଟି ଅତଡ଼ା। ନାରାୟଣପାଟଣା ଓ ଦାମନଯୋଡ଼ିକୁ ସଂଯୋଗ କରୁଥିବା ରାସ୍ତା ହେଲା ବନ୍ଦ ।

 

➡️୧୪-ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆସନ୍ତା ୨୫ରୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣଭାବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବ ବୋଲି ଆସିଲା ସୂଚନା l

 

➡️୧୫-ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ରେଳଲାଇନର ବିକାଶମୂଳକ କାର୍ଯ୍ୟ ପାଇଁ ହାୱଡା-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ସହ ୬ଟି ଟ୍ରେନ୍ ହେଲା ବାତିଲ l ଆସନ୍ତା ୨୫ରୁ ୨୯ ତାରିଖ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ୪ ଦିନ ବାତିଲ ହୋଇଛି।

 

➡️୧୬-ଶ୍ରୀଲଙ୍କାର ନବମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଅନୁରା କୁମାରା ଦିସାନାୟକେ l

 

➡️୧୭-ଲେବାନନରେ ଇସ୍ରାଏଲର ନରସଂହାର, ଏୟାର ଷ୍ଟ୍ରାଇକରେ ୪୯୨ ମୃତ, ୧୫୦୦ ଆହତ l ମୃତକଙ୍କ ମଧ୍ୟରେ ୩୫ଜଣ ଛୋଟ ପିଲା ଥିବା ବେଳେ ୩୯ ଜଣ ମହିଳା ରହିଛନ୍ତି ।

 

➡️୧୮-ଆସନ୍ତାକାଲି ହେବ ଜାମ୍ମୁ ଓ କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଗତକାଲି ସରିଲା ଦ୍ଵିତୀୟ ପର୍ଯ୍ଯାୟ ପ୍ରଚାର। ଜାମ୍ମୁ କାଶ୍ମୀର ୨୬ ଆସନରେ ହେବ ମତଦାନ। ମୋଟ ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ।

 

➡️୧୯-ଲିଜେଣ୍ଡସ୍ କ୍ରିକେଟ୍ ଲିଗ୍ ୨୦୨୪, ଗୁଜରାଟ ଗ୍ରେଟ୍‌ସକୁ ୨୬ ରନ୍‌ରେ ହରାଇଲା ସଦର୍ଣ୍ଣ ସୁପରଷ୍ଟାର l

 

➡️୨୦-୪୫ତମ ଚେସ୍ ଅଲମ୍ପିଆଡରେ ଉଭୟ ଓପନ ଓ ମହିଳା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବାରୁ ଭାରତୀୟ ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ପ୍ରଶଂସା l

 

 

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ଏହି ନିଉଜ ଉପରେ ଆପଣଙ୍କର ପ୍ରତିକ୍ରିୟା କିଭଳି ଏକ ଇମୋଜି ଦେଇ ଏହି ପୋଷ୍ଟକୁ ପ୍ରତିକ୍ରିୟା ଦିଅନ୍ତୁ ll*

 

*🔅ଆଜି ସହସ୍ର କୁମ୍ଭାଭିଷେକ ll*

*🔅ଆଜି ଦ୍ଵିତୀୟା ଓଷା ll*

*🔅ଆଜି ମୂଳାଷ୍ଟମୀ ll*

*🔅ଆଜି ଶ୍ରୀଦୁର୍ଗାଦେବ୍ୟାହ ଷୋଡଶ ଦିବାତ୍ମକ ପୂଜାରମ୍ଭ ll*

*🔅ଆଜି ବିଶ୍ୱ ସ୍ୱଚ୍ଛତା ଦିବସ ll*

*🔅ଆଜି ବିଶ୍ୱ ସାମୁଦ୍ରିକ ଦିବସ ll*

*🔅ଆଜି ଜାତୀୟ ବିରାମଚିହ୍ନ ଦିବସ ll*

*🔅ଆଜି ଜାତୀୟ ଭୋଟର ପଞ୍ଜୀକରଣ ଦିବସ ll*

*🔅ଆଜି ଜାତୀୟ ମହିଳା ସଡ଼କ ଯୋଦ୍ଧା ଦିବସ ll*

 

 

 

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*

*ll ଶୁଭ ସକାଳ,ସୁପ୍ରଭାତ ll*