March 13, 2026

ଗଜପତି ଜିଲ୍ଲାରୁ ୩ ଜଣଙ୍କୁ ୨୦୨୪ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ଗ୍ଲୋବାଲ ଆଇକନ୍ ଲିଡର୍ ପୁରସ୍କାର ପ୍ରଦାନ  

IMG-20240924-WA0019
Share

 

ପାରଳାଖେମୁଣ୍ଡି:୨୪/୯(ଗରୁଡ଼ ଧ୍ଵଜ ଚୌଧୁରୀ)ବିଶ ବୁକ୍ ଅଫ୍ ଷ୍ଟାର ରେକର୍ଡ ଆନୁକୂଲ୍ୟରେ କୋଲକାତା ସିଟିର ତାଜ ହୋଟେଲ ସେଣ୍ଟର ଠାରେ ବାଙ୍ଗା ଗୌରବ ସମ୍ମାନ ସିଜେନ -୩ ଦ୍ୱାରା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର ପୁରସ୍କାର, ୨୦୨୪ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ବହୁ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଉକ୍ତ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ତିନି ଜଣ ଡଃ ଆଲୋକ କୁମାର ବୋଷ, କିଶୋର ଚନ୍ଦ୍ର ଦାସ, ସନ୍ତୋଷ କୁମାର ପାତ୍ରଙ୍କୁ ସାମାଜିକ ସେବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଗ୍ଲୋବାଲ ଆଇକନ୍ ଲିଡର ପୁରସ୍କାର, ୨୦୨୪ ଉପାଧିରେ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି. ଗଜପତିର ଏହି ୩ ଜଣଙ୍କୁ ଏଭଳି ସମ୍ମାନଜନକ ପୁରସ୍କାର ମିଳିଥିବା ଯୋଗୁ ଜିଲ୍ଲାର ସବୁ ସ୍ତରରୁ ଏହି ୩ ଜଣଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.