September 29, 2024

ଛୋଟ ଖବର କାଗଜ ସମାଜର ହିତ କରୁଥାଏ

Share

 

 

ଆଜି ଅପରାହ୍ଣ ୪ଟା ସମୟରେ ସ୍ଥାନୀୟ ୟୁଥ୍ ହଷ୍ଟେଲ ସଭାଗୃହରେ ଦୈନିକ ଖବର କାଗଜ ତୀର୍ଥକ୍ଷେତ୍ର ର ରାଜ୍ୟସ୍ତରୀୟ ସାରସ୍ଵତ ସମାରୋହ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରିୟପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ମାନ୍ୟବର ସାଂସଦ ରାଜ୍ୟସଭା ଶୁଭାଶିଷ ଖୁଣ୍ଟିଆ, ସନ୍ତୋଷ କୁମାର ସେଠୀ, ଚକ୍ରଧର ମହାପାତ୍ର, ଭଗବାନ ସୁଆର, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ମଧୁସୂଦନ ସିଂହାରୀ, ଡାକ୍ତର ରାଧେଶ୍ୟାମ ରଥ ପ୍ରମୁଖ ଯୋଗଦେଇ ଛୋଟ ଖବର କାଗଜର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ, ପୁଷ୍ପ, ଧୂପ ଓ ମଙ୍ଗଳାଷ୍ଟକ ପାଠ ପୂର୍ବକ ଶୁଭ ଉଦଘାଟନ କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ ବିଜୟ ମିଶ୍ର। ଅତିଥିମାନଙ୍କୁ ଉତ୍ତରୀୟ, ପୁଷ୍ପ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ ଖବର କାଗଜର ସମ୍ପାଦକ ଜ୍ୟୋତିପ୍ରକାଶ ଜେନା । ପରେପରେ ପୈ। ର୍ଣ୍ଣମାସୀ ଦେବୀ, କ୍ରିଷ୍ଣା ମହାପାତ୍ର, ପ୍ରବାସିନୀ ମିଶ୍ର, ଲକ୍ଷ୍ମୀପ୍ରିୟା ଦାଶ ଏବଂ ସର୍ବାଣୀ ଦାସଙ୍କ ସଂଯୋଜନାରେ ୫୦ରୁ ଊର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। କବିମାନଙ୍କୁ ପ୍ରଶଂସାପତ୍ର ଓ ପୁଷ୍ପ ଦେଇ ଉତ୍ସାହିତ କରାଯାଇଥିଲା । କବିତା ଆସରରେ ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ ଏଵଂ ବିଶ୍ୱପ୍ରକାଶ ପଟ୍ଟନାୟକ ଅତିଥି ଭାବରେ ଯୋଗଦାନ କରିଥିଲେ। ଏହି ଅବସରରେ ତୀର୍ଥକ୍ଷେତ୍ର ର ସ୍ୱତନ୍ତ୍ର ସଂଖ୍ୟା ଲୋକାର୍ପିତ ହୋଇଥିଲା ଏବଂ ଜାନକୀ ବଲ୍ଲଭ ଦାଶଙ୍କ ସଂକଳନ ଆମ ସଂସ୍କୃତି କଥା ମହାନ ଉନ୍ମୋଚିତ ହୋଇଥିଲା। ଏହି ଉତ୍ସବରେ ରବି ଜେନା, ସୁଧାଂଶୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।