April 27, 2026

ବାଲେଶ୍ଵର ମହାବୀର ଆଖଡା ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର*

IMG-20250824-WA0047
Share

 

 

*୬୧ ୟୁନିଟ ରକ୍ତ ସଂଗୃହିତ*

 

ବାଲେଶ୍ୱର ମହାବୀର ଆଖଡା ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ରବିବାର ସ୍ଥାନୀୟ ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ମହାବୀର ଆଖଡା ସଂଘର ସର୍ଦ୍ଦାର ରବୀନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଅନୁଷ୍ଠାନିକ ଭାବେ ଉଦଘାଟନ ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତହିଁ ଜୀବନ, ରକ୍ତର ବିକଳ୍ପ ନାହିଁ, ରକ୍ତ ଦାନହିଁ ମହତ ଦାନ ବୋଲି ସେ ଉଲ୍ଲେଖ କରିଥିଲେ। ଜିଲ୍ଲାରେ ରକ୍ତର ଅଭାବ ପୂରଣ ପାଇଁ ମହାବୀର ଆଖଡା ସଂଘର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ। ସଂଘର ସଭାପତି ଗୋପୀନାଥ ଶତପଥୀ ଏଥିରେ ପୌରହିତ୍ୟ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ଯୋଗ୍ୟ ଯେ ସଂଘ ର ଶହେ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ସାମାଜିକ କାର୍ଯ୍ୟ ହାତକୁ ନିଆଯାଇଛି। ଶୁକ୍ରବାର ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ୬୧ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଶିବିରରେ ଉପ ସଭାପତି ପଦ୍ମଲୋଚନ ଲେଙ୍କା ଏବଂ ମନୋଜ ରାଉତ, ସାଧାରଣ ସମ୍ପାଦକ ମନୋଜ ଦାସ, ଯୁଗ୍ମ ସମ୍ପାଦକ ରାମେଶ୍ୱର ବେହେରା,କୋଷାଧ୍ୟକ୍ଷ ରାଜେନ୍ଦ୍ର ଚାଟାର୍ଜୀ, ଲମ୍ବୋଧର ବେହେରା, ରାଜେନ୍ଦ୍ର ଚାଟାର୍ଜୀ,ସିମନ ଦାସ ମହାପାତ୍ର, ଭରତ ଭୂଷଣ ଦାସ, ଆଶ୍ରିତା ତରେଇ, ପଦ୍ମଲୋଚନ ଦତ୍ତ, ବିଜୟ ପଲେଇ, ଧୀରେନ ନାୟକ, ଦେବେନ୍ଦ୍ର ଦାସ, ବିଭୂପଦ ଦାସ, ଵୈଲଚନ ଦାଶ, ରବୀନ୍ଦ୍ର ବେହେରା, ପ୍ରତିମା ପଣ୍ଡା, ଶ୍ରୀମନ୍ତ ମାଝୀ, ସତ୍ୟେନ୍ଦ୍ର ଦାସ, ରାଜେନ୍ଦ୍ର ଦାସ, ବାସନ୍ତି ନାୟକ, ଧିରଜ ମହାନ୍ତି, ଅର୍ଚନା ନନ୍ଦି ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।