ସ୍ଵଂୟ ସହାୟକ ଗୋଷ୍ଠୀ ମୁଣ୍ଡ ରେ ଅଠା ବୋଳି ପ୍ରଧାନ ଶିକ୍ଷକ ଓ ପିଅନ ଚଳୁ କରିଦେଲେ ଅଣ୍ଡା ଚାଉଳ* !
ନୀଳଗିରି( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡ ସନ୍ତରା ଗଡିଆ, ନୋଡାଲ ହାଇସ୍କୁଲ ରେ ମଧ୍ୟାନ ଭୋଜନ ଘୋଟଲା ମିଥ୍ୟା ବୋଲି,ମୁହଁ ଖୋଲିଲେ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ
ସେମାନଙ୍କ କହିବା ଅନୁଯାଇ ଦୀର୍ଘ ୧୭ବର୍ଷ ଧରି ଉକ୍ତ ବିଦ୍ୟାଳୟ ରେ ସେମାନେ ମଧ୍ୟାହ୍ନ ଭୋଜନ ପରିବେଷଣ କରିଆସୁଛନ୍ତି।କିନ୍ତୁ ଏହି ଚାରିମାସ ହେଲା ହାଇସ୍କୁଲ ର ପିଲାମାନେ ମଧ୍ୟାହ୍ନ ଭୋଜନ ଯେବେଠୁଁ ଦିଆଗଲା,ସେବେ ଠାରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ଏସ.ଏମ. ସି. କମିଟି ମେମ୍ବର ଓ ବିଦ୍ୟାଳୟ ର ପିୟନ ଓ କିଛି କୁ ଚକ୍ରାନ୍ତକାରୀ ଙ୍କର ମନ ଗଢ଼ା କାହାଣୀ ଓ ମିଥ୍ୟା ଆରୋପ କରିଛନ୍ତି। ସେମାନଙ୍କ ର ବ୍ୟକ୍ତିଗତ ସ୍ୱାର୍ଥ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଟଙ୍କା ମଗାଯାଇଥିଲା। ସେମାନେ ନ ଦେବାରୁ ଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ବିଦ୍ୟାଳୟ ରୁ ବାହର କରି, ଅନ୍ୟ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୁ ଦେବା ପାଇଁ ଏ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଏସ. ଏମ. ସି କମିଟି ର କୁ ଚକ୍ରାନ୍ତ ଅଟେ ।ଖାଲି ସେତିକି ନୁହେଁ ,ପ୍ରଧାନ ଶିକ୍ଷକ କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ଘୋଟଲା କରୁଛନ୍ତି ବୋଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସାଧାରଣ ରେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ବିଭାଗୀୟ କତୃପକ୍ଷ ଘଟଣାବଳି ଉପରେ ତଦନ୍ତ କରି, ଆଇନଗତ ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ସତ୍ୟ ସାମ୍ନା କୁ ଆଣିବା ସହିତ ଦୋଷୀ ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା କୁ ସାଧାରଣ ରେ ଦାବୀ କରାଯାଇଛି।
