ମହିଳାଙ୍କ ବେକରୁ ସୁନା ଲୁଟିଲେ ଦୁର୍ବୃତ୍ତ..
ଚିକିଟି(ଶୁଭଶ୍ରୀ ପ୍ରଧାନ)
ବ୍ରହ୍ମପୁର ପୋଲିସ ଜିଲ୍ଲା ଜରଡା ଥାନା ଇଲାକାରେ ଦିନକୁ ଦିନ ଚୋରି ଓ ଡକାୟତି ବଢ଼ିବାରେ ଲାଗିଛି।ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦୁରପୂର ଗ୍ରାମର ଝୁନୁ ଶବର ନାମକ ଜଣେ ମହିଳା ଓ ତାଙ୍କ ଝିଆରୀ ପଞ୍ଚାମ୍ବ ମିନି ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଯାଉଥିବା ବେଳେ ସିନ୍ଦୁରପୂର ଓ ପଞ୍ଚାମ୍ବ ମଧ୍ୟ ସ୍ଥଳରେ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଜଣେ ଯୁବକ ମଟର ସାଇକେଲରେ ଆସି ଝୁନୁ ଶବରଙ୍କ ନିକଟରେ ଗାଡ଼ି ରଖି ଝୁନୁଙ୍କ ବେକରୁ ତିନିଟି ଖାସୁ ଥିବା ସୁନା ମାଳି ଝାମ୍ପୀ ଲୁଟି ନେଇଥିବା ନେଇ ଜଣାପଡ଼ିଛି।ଏନେଇ ଝୁନୁ ଶବର ଜରଡା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ବେଳେ ଜରଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ନେଇ ଜରଡା ଥାନା ଅଧିକାରୀ ଟୁନା ସାସମଲ ସୂଚନା ଦେଇଛନ୍ତି।
