ସ୍ଥାୟୀ ମରଣଯନ୍ତା ପାଲଟିଛି କୁକଡିପଦର – ଅଁଳାଭଟା ରାସ୍ତା ..

IMG-20240824-WA0030
Share

 କୋଟପାଡ଼ ବ୍ଲକ ଘୁମର ପଞ୍ଚାୟତର ଠାରୁ କୁକଡିପଦର- ଅଁଳାଭଟା ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରୁଥଲେ ମଧ୍ୟ ପଞ୍ଚାୟତ କାର୍ଯ୍ୟଳୟ କିମ୍ବା ପଞ୍ଚାୟତ ସମିତି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଦୁଇ ଗ୍ରାମର ପ୍ରାୟ ଦୁଇ ଶହରୁ ଅଧିକ ପରିବାର ଯାତାୟତ ସମସ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଏହି ରାସ୍ତାରେ ଗତ ଛଅ ବର୍ଷ ମଧ୍ୟରେ ଦୁଇ ଜଣ ଦୁର୍ଘଟଣାର ଶିକାର ହୋଇ ପ୍ରାଣହାନି ମଧ୍ଯ ଘଟିଛି । ତଥାପି ପଞ୍ଚାୟତ କର୍ତ୍ତୃପକ୍ଷ ତରଫରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ,

ନାମକୁ ମାତ୍ର ରାସ୍ତା ତିଆରି ନାମରେ ଲକ୍ଷଲକ୍ଷ ଟଙ୍କା ଅପବ୍ୟୟ କରି ବାରମ୍ବାର ମରାମତି କରୁଥୁବା ବେଳେ ପ୍ରଶାସନିକ ଅଣଦେଖା ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ମରଣଯନ୍ତା ପାଲଟିଛି ବୋଲି କରିଛନ୍ତି ପୂର୍ବତନ ସରପଞ୍ଚ ଅସ୍ତୁ ଗୁମଣ୍ଡିଆ ଏବଂ ୱାର୍ଡ ସଭ୍ୟ କାଡ଼ି ପୂଜାରୀ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

 

ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନ ଶୀଘ୍ର କ୍ଷେତ୍ରପରିଦର୍ଶନ କରି ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦୁଇ ଗ୍ରାମର ଗ୍ରାମବାସୀ ଦାବୀ କରିଛନ୍ତି ।

କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା

You may have missed