November 22, 2024
Share

*ଖବର ଆଜିର*
ତାରିଖ ୨୪/୦୮/୨୦୨୩ ଗୁରୁବାର ।

ସବୁ ବାଧା ବିଘ୍ନ ପାର କରି ଜହ୍ନରେ ପହଞ୍ଚିଲା ‘ଚନ୍ଦ୍ରଯାନ-୩’, ଦକ୍ଷିଣ ଧ୍ରୁବରେ ଲ୍ୟାଣ୍ଡିଂ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ।

ଚନ୍ଦ୍ରରେ ସଫଳ ଲ୍ୟାଣ୍ଡିଂ ସହିତ ଇତିହାସ ରଚିଛି ଭାରତ। ୨୩ ଅଗଷ୍ଟ ବୁଧବାର ସନ୍ଧ୍ୟା ୬ଟା ୩ ମିନିଟ୍‌ରେ ଚନ୍ଦ୍ରଯାନ-୩ର ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ହୋଇଛି।

ସଫଳ ହୋଇଛି ଭାରତର ମିଶନ୍ ମୁନ୍ । ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ସାରା ବିଶ୍ୱରେ କରାଯାଉଛି ଭାରତର ଜୟ ଜୟ କାର ।

‘ଏହା ହେଉଛି ୧୪୦ କୋଟି ହୃଦସ୍ପନ୍ଦନର ସାମର୍ଥ୍ୟ ଏବଂ ଭାରତର ନୂତନ ଶକ୍ତି ଓ ଆତ୍ମବିଶ୍ୱାସର ପ୍ରତୀକ’: ପ୍ରଧାନମନ୍ତ୍ରୀ ମୋଦୀ ।

ୟୁଟ୍ୟୁବରେ ବି ରେକର୍ଡ ଭାଙ୍ଗିଲା ଚନ୍ଦ୍ରଯାନ-୩, ଦେଖିଲେ ୮୫ ଲକ୍ଷ ଲୋକ ।

ଭାରତ ତଥା ISROର ଏତେ ବଡ଼ ସଫଳତା ପଛରେ ଯେଉଁ ୪ ଜଣଙ୍କର ମୁଖ୍ୟ ହାତ ରହିଛି ସେମାନଙ୍କୁ ମଞ୍ଚକୁ ଡାକି ଅଭିନନ୍ଦନ ଜଣାଇଛନ୍ତି ISRO ମୁଖ୍ୟ ।

ଚନ୍ଦ୍ରଯାନ-୩ର ସଫଳ ଲାଣ୍ଡିଂ ପରେ ଏବେ ସାରା ବିଶ୍ବର କୋଣ ଅନୁକୋଣରୁ ଇସ୍ରୋକୁ ଛୁଟୁଛି ପ୍ରଶଂସାର ସୁଅ। ନାସା ମୁଖ୍ୟଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା, ନେତା, ସେଲିବ୍ରିଟିମାନେ ମଧ୍ୟ ଇସ୍ରୋକୁ ଜଣାଇଛନ୍ତି ଶୁଭେଚ୍ଛା।

ଆଗାମୀ ୨୦୨୩-୨୪ ଖରିଫ୍ ଋତୁରେ ଓଡ଼ିଶାରୁ ୪୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର ।

ଇସ୍ରୋର ଚନ୍ଦ୍ର ଅଭିଯାନ ପାଇଁ ଭଗବାନଙ୍କୁ ଏକାଠି ଡାକିଥିଲା ଭାରତ । ଜାତି-ଧର୍ମ ଭୁଲି ବିଶ୍ୱକୁ ଦେଲା ଭାଇଚାରାର ବଡ଼ ଉଦାହରଣ ।

ଆମ ବସ୍‌ଷ୍ଟାଣ୍ଡ ଯୋଜନାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ।

ଓଡ଼ିଶାର ପ୍ରଥମ ଶିକ୍ଷାନୁଷ୍ଠାନ ଭାବେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରିଲାୟନ୍ସ ଜିଓ ଦ୍ୱାରା ପ୍ରଥମ ଥର ପାଇଁ ଟ୍ରୁ ୫ ଜି କ୍ୟାମ୍ପସ୍‌ର ମାନ୍ୟତା ପ୍ରଦାନ କରାଯାଇଛି ।

ମିଜୋରାମର ରାଜଧାନୀ ଆଇଜୋଲ ନିକଟ ସାଇରାଙ୍ଗଠାରେ ବୁଧବାର ଦିନ ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି।

ଜାନୁଆରିରେ ଆର୍ସେଲର ମିତ୍ତଲ କାରଖାନା ଶିଳାନ୍ୟାସ: ପାରାଦୀପରେ ବସାଇବ ଇସ୍ପାତ କାରଖାନା ।

ବିର୍ଲା ଟାୟାର୍ସ କିଣିବା ଦୌଡ଼ରେ ଡାଲମିଆ ।

୨-୦ରେ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ: ବର୍ଷା ପାଇଁ ତୃତୀୟ ମ୍ୟାଚ୍ ବାତିଲ ।

ଦିଲ୍ଲୀରେ ତିନି ଦିନ ପର୍ଯ୍ୟନ୍ତ ସାର୍ବଜନିକ ଛୁଟି ଘୋଷଣା କରାଯାଇଛି। ବୁଧବାର ଜାରି ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସେପ୍ଟେମ୍ବର ୮-୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ସବୁ ବ୍ୟାଙ୍କ୍‌, ଆର୍ଥିକ ସଂସ୍ଥାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ।

ସୁପ୍ରଭାତ ,ଶୁଭ ସକାଳ ।