ମାତିଛନ୍ତି ସାଇବର ଲୁଟେରା : ଡିଜିପିଙ୍କ ନାଁରେ ମାଗୁଛନ୍ତି ଟଙ୍କା
ଭୁବନେଶ୍ୱର ( ଦେବାଶିଷ ଦାଶ )
ଡିଜିପିଙ୍କ ନାଁରେ ମାତିଛନ୍ତି ସାଇବର ଲୁଟେରା । ନିଜକୁ ପୋଲିସ ଅଧିକାର କହି ଧମକ ଦେବା ସହ ମାଗୁଛନ୍ତି ଟଙ୍କା । ଏପରିକି ପୋଲିସ ମାଡ଼ ମାରୁଥିବା ଭିଡିଓ ପଠାଇ ଭୟଭୀତ କରୁଛନ୍ତି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଏଭଳି ଧମକ ଆସିବା ପରେ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି
ଛାତ୍ରୀ । DGPଙ୍କ ଫଟୋ ବ୍ୟବହାର କରି ଏଭଳି ସାଇବର ଠକେଇକୁ ନେଇ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ
ଖେଳିଯାଇଛି । ଏଭଳି ସାଇବର ଲୁଟେରାଙ୍କୁ ଧରିବା ପାଇଁ ସାଇବର ପୋଲିସର ତନାଘନା।
