July 24, 2026

ପାତାଳି ଶ୍ରୀକ୍ଷେତ୍ର ରେ ଭକ୍ତ ଭିଜାଇ ନିଜେ ଭିଜି ବାହୁଡ଼ିଲେ ପାତାଳି ନାୟକ 

IMG-20260724-WA0111
Share

ଉଲୁଣ୍ଡା , ୨୪/୭ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ର ପାତାଳି ଶ୍ରୀକ୍ଷେତ୍ର ରେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ସମ୍ପର୍ଣ ହୋଇଛି ବାହୁଡା଼ ଯାତ୍ରା,ସକାଳ ୫ ଟା ରୁ ଦ୍ୱାର ଫିଟା, ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା ଦ୍ୱାର ପାଳ ପୂଜା, ଖେଚୁଡ଼ି ଭୋଗ, ବେଶ ପରେ ଧାଡି ପହଣ୍ଡି ରେ ଚତୁର୍ଦ୍ଧା ବିଗ୍ରହ ରଥା ରୂଢହୋଇ ଥିଲେ। ଗ୍ରାମ ଗଡ଼ତିଆ ଶ୍ରୀଯୁକ୍ତ ଚମରl ଅମାତ ଛେରା ପହଁରା ୩ରଥ ରେ କରି।ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଥିଲା ରଥ ତଳ ଦ୍ୱଜ ଓ ଦେବ ଦଲନ ରଥ, ଛଲିଆ ପାହାଡ଼ ପ।ଦ ଦେଶ ରେ ପହଁଚିଲା ପରେ ମା ଲକ୍ଷ୍ମୀ ପାହାଡ଼ ଉପରୁ ମନ୍ଦିର ରୁ ବାହାରି ଚାହାଣି ମଣ୍ଡପ ରୁ ଜଗନ୍ନାଥ ଙ୍କର ନନ୍ଦୀ ଘୋଷ ରଥ କୁ ଚାହିଁବା ପାଇଁ ଏକ ଶୋଭାଯାତ୍ରା ରେ ଆସିଥିଲେ ଜଗନ୍ନାଥ ପାଖକୁ ଏବଂ ମହା ପ୍ରଭୁ ଙ୍କର ଅଧର ଚୁମ୍ବିତ ମାଲ ପ୍ରାପ୍ତ ହୋଇ ଫେରି ଯାଇଥିଲେ। ଶ୍ରୀ ମନ୍ଦିର କୁ, ତା ପରେ ଓଡିଶା କୋଣ ଅନୁକୋଣ ରୁ ଆସି ଥିବା ଶହ ଶହ ଛୋଟ ଛୁଆ ରଥ ଛୁଆଁ ତଥା ଦିଅଁ ଦର୍ଶନ କରା ଯାଇଥିଲା। ଆଜି ପାତାଳି ଶ୍ରୀକ୍ଷେତ୍ର ଲୋକା ରଣ୍ୟ ହୋଇ ଯାଇଥିଲା ଲକ୍ଷା ଧିକ ଭକ୍ତ ଙ୍କର ସମାଗମ ରେ, ଭକ୍ତ ଙ୍କ ଭିଡ଼ କୁ ଦୃଷ୍ଟି ରେ ରଖି ଟ୍ରଷ୍ଟ ତରଫରୁ ବିଭିନ୍ନ ବ୍ୟବସ୍ଥା କରା ଯାଇଥିଲା ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ,ୟୁଥ ଏନ ସି ସି, ୟୁଥ ରେଡ କ୍ରସ, ପାତାଳି ସେନା ମାହେଶ୍ୱରୀ ସେନା ର କର୍ମକର୍ତ୍ତା ସହଯୋଗ କରି ଥିଲେ l ଭକ୍ତ ମାନଙ୍କ ପାଇଁ ବହୁ ବଦାନ୍ୟ ବ୍ୟକ୍ତି ଅନ୍ନ ପ୍ରସାଦ, ପାନୀୟ ଜଳ ଦହି ସର୍ବତ, ଆଦି ବ୍ୟବସ୍ଥା କରି ଥିଲେ ଆବଶ୍ୟକ ପୋଲିସ ବାହିନୀ ନ ଥିବା ରୁ ଟ୍ରାଫିକ, ପାର୍କିଂ ବ୍ୟବସ୍ତା ଉପୁଜି ଥିଲା। ଭଜନ ସମାରୋହ ରେ ପଦ୍ମମାଧବ ଭଜନ ସନ୍ଧ୍ୟା ସୋନପୁର ତରଫରୁ ଭଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା, ସଂକୀର୍ତନ ମଣ୍ଡଳୀ, ଘଣ୍ଟୁଆଲ ମାନଂକର ଘଣ୍ଟ ନାଦ ରେ ପ୍ରକମ୍ପିତ ହୋଇ ଥିଲା ପାତାଳି ଶ୍ରୀକ୍ଷେତ୍ର ଅବସରରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା, ଉପଜିଲ୍ଲାପାଳ ସୁରେନ୍ଦ୍ର କୁମାର ମେହେର,ତହସିଲlର ମମତା ମେହେର ଉପସ୍ଥିତ ଥିଲେ। ଉଲୁଣ୍ଡା ର ନାରୀ ସୁରକ୍ଷା ବାହିନୀ ତରଫରୁ ଭକ୍ତ କୁ ଦହି ପାଣି ଦେଇଥିଲେ।