July 24, 2026

ସାଲୁର ଘାଟିରେ ମକା ବୋଝଇ ଟ୍ରକ ଦୁର୍ଘଟଣା..

IMG-20260724-WA0095
Share

କୋରାପୁଟ(ଗୁପ୍ତେଶ୍ୱର ରଥ)ସାଲୁର ଘାଟିରେ ଘଟିଛି ବଡ଼ ଦୁର୍ଘଟଣା।ଓଲଟିଲା ମକା ବୋଝେଇ ଟ୍ରକ।ସାଲୁର ଘାଟିରେ ପାଲଟିଲା ମକା ବୋଝେଇ ଟ୍ରକ। ଘାଟି ରାସ୍ତାରେ ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ପାଲଟି ଯାଇଥିବା ଜଣାପଡ଼ିଛି।ଦୁର୍ଘଟଣା ପରେ ଟ୍ରକ୍‌ରେ ଥିବା ମକା ବସ୍ତା ଗୁଡ଼ିକ ଏଣେ ତେଣେ ପଡ଼ିଯାଇଥିବା ଦେଖିବାକୁ ମିଳିଛି।ଦୁର୍ଘଟଣାର ଦୃଶ୍ୟ ଦେଖି ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଥିଲା। ଡ୍ରାଇଭର ଓ ହେଲ୍ପର ଏଥିରେ ଗୁରୁତର ଆହତ ହୋଇ ଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟିଥିବା ଟ୍ରକ ଟି ନବରଙ୍ଗପୁର ଜିଲ୍ଲାରୁ ଆନ୍ଧ୍ରକୁ ଯାଉଥିଲା ମକା ବୋଝେଇ ଟ୍ରକ।