ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ..
ତିର୍ତ୍ତୋଲ ::-ପାରାଦ୍ଵୀପ ସ୍ଥିତ ମାଳିକା ବର୍ଣ୍ଣିତ ଉଦୟବଟ ଧାମ ରେ ଶ୍ରୀ ଜଗନ୍ନାଥ ତତ୍ତ୍ଵl ଶ୍ରମ ର ପ୍ରତିଷ୍ଠାତା ତଥା ବାଣୀ କ୍ଷେତ୍ର ଝଙ୍କଡ଼ ପ୍ରଗଣାର କଟରl ପଞ୍ଚାୟତ ଅଧିନ ବେଗୁନିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା , ମାଳିକାବିଶାରଦ , ଆଧ୍ୟାତ୍ମିକ ଧର୍ମଗୁରୁ ଭଗବାନ ଦାସ ଙ୍କ ୨୫ ତମ ଶ୍ରାଦ୍ଧୋତ୍ସବ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ବୁଧବାର ଦିନ ପାରାଦୀପ ସମେତ ବେଗୁନିଆ ଜଗନ୍ନାଥ ତତ୍ତ୍ୱl ଶ୍ରମ ରେ ମଧ୍ୟ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଡଃ ରାଜେନ୍ଦ୍ର କୁମାର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ, ନାମସଙ୍କୀର୍ତ୍ତନ, ପ୍ରବଚନ, ଝଙ୍କଡ଼ଶ୍ରୀ ସାଂସ୍କୃତିକ ପରିଷଦ ର ଯୁବସଙ୍ଗୀତ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ନାୟକ ଓ ସାଥୀ ମାନଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଇ ଥିଲା। ଆୟୋଜକ ଯଶୋବନ୍ତ ରାଉତ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିବା ବେଳେ ସମ୍ପାଦକ ଦେବବ୍ରତ ନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜଗତସିଂହପୁର ପିତେଇପୁର ଜନାର୍ଦ୍ଦନ ଦାସ ( ବାବୁଲି ବାବା) , ଆଦର୍ଶ ଶିକ୍ଷକ ଭାଗବତ ସ୍ୱାଇଁ, ଜଗଦୀଶ ମଲ୍ଲ , ବାଦ୍ୟ ସଙ୍ଗୀତ ଗୂରୁ ଦୋଳଗୋବିନ୍ଦ ସାହୁ, ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚନମ୍ବର ରଖିଥିବା ସୁଶ୍ରୀ ପ୍ରତ୍ୟାସା ପ୍ରିୟଦର୍ଶନୀ ନାୟକ ଓ ଶିଶୁ ଚିତ୍ରଶିଳ୍ପୀ ସୁଶ୍ରୀ ରିୟାନସା ନାୟକ ଙ୍କୁ ସ୍ଵକୀୟ ପ୍ରତିଭା ପାଇଁ ଉତ୍ତରୀୟ ମାନପତ୍ର ଓ ଉପଢ଼ୌକନ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା। ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଙ୍କର ସୁପୁତ୍ର ତଥା ପାରାଦୀପ ଜଗନ୍ନାଥ ତତ୍ୱାଶ୍ରମ ର ସଭାପତି ବସନ୍ତ କୁମାର ନାୟକ , ନଗେନ୍ଦ୍ର କୁମାର ନାୟକ, ଆବାହକ ପଦ୍ମନାଭ ରାଉତ ଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କ ସମେତ ସ୍ବର୍ଗତ ଗୁରୁ ଭଗବାନ ଦାସ ଙ୍କ ଅନୁଗତ ଶିଷ୍ୟ ପ୍ରସିଶ୍ୟ ଓ ଶ୍ରାଦ୍ଧକୁଭକ୍ତ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l
