ବିଦ୍ୟୁତ ଖୁଣ୍ଟକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ : ବିଜୁଳି ବିଛିନ୍ନ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ଆଦର୍ଶ ନଗର ଲେନ ୭ ଏବେ ଅନ୍ଧାରରେ । ଲୋକେ ଭୟଭୀତ ହୋଇ ବାହାରକୁ ଆସି ରାଜରାସ୍ତାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଏକ ସିମେଣ୍ଟ ବୋଝେଇ ଟ୍ରକ ଅସାବଧାନତା ଯୋଗୁଁ ଏକ ବିଦ୍ୟୁତ ଖୁଣ୍ଟ ରେ ହଠାତ ଧକ୍କା ଦେବାରୁ ଖୁଣ୍ଟ ଟି ଭାଙ୍ଗି ପଡିବା ସହ ସମଗ୍ର ଅଞ୍ଚଳ ରୁ ବିଦ୍ୟୁତ ବିଛିନ୍ନ ହୋଇ ଯାଇଛି। ଗୋଟେ ପଟେ ଅସହ୍ୟ ଗୁଳୁଗୁଳି ଓ ଗରମ ହେଉଥିବା ବେଳେ ବିଦ୍ୟୁତ ଚାଲିଯିବା ରୁ ଯନ୍ତ୍ରଣା ଆହୁରି ବଢ଼ି ଯାଇଛି। ଅନ୍ଧାର ଓ ଗୁଳୁଗୁଳି ରେ ଅସ୍ତବ୍ୟସ୍ତ ହୋଇ ଲୋକେ ରାଜରାସ୍ତା କୁ ଚାଲି ଆସିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
