April 23, 2026

ଅନ୍ତର୍ଜାତୀୟ କଇଁଛ ଦିବସରେ ଅଲିଭ ରିଡ଼ଲେ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ

IMG-20250524-WA0044
Share

        ଅନ୍ତର୍ଜାତୀୟ କଇଁଛ ଦିବସରେ ଅଲିଭ ରିଡ଼ଲେ ସୁରକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମପୁର(୨୩/୦୫/୨୦୨୫) ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ନେଇ ଅନ୍ତର୍ଜାତୀୟ କଇଁଛ ଦିବସରେ ବ୍ରହ୍ମପୁର ସବୁଜ ବାହିନୀ ଦ୍ୱାରା ସୁନାପୁର ବେଳାଭୂମି ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେଳାଭୂମିରେ ଅଲିଭ ରିଡ଼ଲେ କଇଁଛଙ୍କ ବାଲୁକା ଶିଳ୍ପ ,କାନଭାସ ଚିତ୍ରକଳା,ଫୋଟୋଚିତ୍ର ପ୍ରଦର୍ଶନ ହୋଇଥିଲା । ଯେଉଁଥିରେ ରାଜ୍ୟର ବିଭିନ୍ନ ସଂଗଠନ ତଥା ଚନ୍ଦ୍ରମା ଆର୍ଟ ଫାଉଣ୍ଡେସନ, ଗଂଜାମ ଏକାଡେମୀ ଅଫ ଫାଇନ ଆର୍ଟ ର ବଛା ବଛା ଚିତ୍ରଶିଳ୍ପୀ ମାନେ କାନଭାସ୍ ଚିତ୍ରାଙ୍କନ କରି ପର୍ଯ୍ୟଟକଙ୍କ ମାନଙ୍କ ମନ ଜିଣିଥିଲେ। ସେହିଭଳି ବାଲୁକା ଶିଳ୍ପୀ ଶ୍ରୀ ସତ୍ୟନାରାୟଣ ମହାରଣା କଇଁଛଙ୍କ ବାଲୁକା ଶିଳ୍ପ ସ୍ଥାନ ପାଇଥିବା ବେଳେ ହାଇଦ୍ରାବାଦର ବିଖ୍ୟାତ ଫୋଟୋଗ୍ରାଫର ଶ୍ରୀ ସତିଶ ଲାଲଙ୍କ ଫୋଟୋଚିତ୍ର ପ୍ରଦର୍ଶିତ ହୋଇଥିଲା ଓ ଷ୍ଟେପ୍ ଓନ୍ ନେଚର୍ ପ୍ରତିଷ୍ଠାତା ସ୍ଵାଧୀନ ସାହୁଙ୍କ ଫଟଚିତ୍ର ପ୍ରଦଶନ ହୋଇଥିଲା । ଏହି ପ୍ରଦର୍ଶନୀ ତଥା ସଚେତନତା କାର୍ଯ୍ୟକ୍ରମରେ ସଂଗଠନର ସଦସ୍ୟ ପର୍ଯ୍ୟଟକଙ୍କୁ ଅଲିଭ ରିଡ଼ଲେଙ୍କ ସୁରକ୍ଷା ବିଷୟରେ ଅବଗତ କରିବା ସହ ବେଳାଭୂମିକୁ ପ୍ଲାଷ୍ଟିକ ପଲିଥିନ ମୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବ୍ରହ୍ମପୁର ଏସ ବି ଆଇ ରିଜିଓନାଲ ମ୍ୟାନେଜର ଶ୍ରୀ ହରୀକୃଷ୍ଣ ପଣ୍ଡା ଚିତ୍ର କଳାକାରଙ୍କୁ ସମ୍ମାନିତ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ସନ୍ନି ଖୋଖର ଓ ବ୍ରହ୍ମପୁର ଏସ ପି ଶ୍ରୀ ଶ୍ରବଣ ବିବେକ ପ୍ରଦର୍ଶିତ ଫୋଟୋଚିତ୍ର ବୁଲି ଦେଖିବା ସହ ଏହି ସଚେତନତା କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଫୋଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିଵରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ସାଗର ପ୍ରସାଦ ପାତ୍ର ପରିଚାଳନା ଦାୟିତ୍ୱ ତୁଲାଇଥିଲେ। ସଂଗଠନର ସଦସ୍ୟ ଏ ପ୍ରକାଶ,ଅନୀଲ ଚୌଧୁରୀ, ଗଣେଶ ପାଣିଗ୍ରାହୀ, ପ୍ରବୀଣ ନାୟକ, ଵାଲାଜୀ ବେହେରା, ପି ବିନୋଦ, ମୁନା ଶତପଥୀ, ଅଜୟ କୁମାର ସାହୁ, ଆକାଶ ରାଉତ୍, ପ୍ରସନ୍ କୁମାର ସ୍ବାଇଁ, ଦେବାଶିଷ ଆଚାଯ୍ୟ, ଲିଙ୍ଗରାଜ, ରବି ସାହାଣୀ ପ୍ରମୁଖ ସୋହଯଗ କରୁଥିବା ବେଳେ ଶେଷରେ ସମ୍ପାଦକ ସମସ୍ତ ଅତିଥି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥଲେ

You may have missed