April 24, 2026

ଭାଗ୍ୟଲକ୍ଷ୍ମୀଙ୍କ ଭାଗ୍ୟ ଉଜ୍ବଳ +2ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଗୌରବ ଆଣିଲେ

IMG-20250524-WA0040
Share

       *ଭାଗ୍ୟଲକ୍ଷ୍ମୀଙ୍କ ଭାଗ୍ୟ ଉଜ୍ବଳ +2ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରି ଗୌରବ ଆଣିଲେ।* ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ପଣ୍ଡୁଆ ପଞ୍ଚାୟତ ଅଢାଙ୍କୁର ଗ୍ରାମର ମାତା ପ୍ରିୟ ମ୍ବଦା ରାଉତ ପିତା ଲକ୍ଷ୍ମୀଧର ରାଉତ ଙ୍କ ସୁ ଯୋଗ୍ୟା ପୁତ୍ରି ଭାଗ୍ୟ ଲକ୍ଷ୍ମୀ ରାଉତ ତିର୍ତ୍ତୋଲ ଆଦି କବି ସାରଳା ଦାସ କଲେଜ ର ସାରଳା ମେସ କୋଚିଂରେ ଅଧ୍ୟୟନ କରି ଯୁକ୍ତ2 ବିଜ୍ଞାନ ପରୀକ୍ଷାରେ ସର୍ବୋଚ୍ଚ 541ନମ୍ବର ରଖି କୃତିତ୍ଵର ସହ କୃତିତ୍ୱ ହାସଲ କରି ଜଗତସିଂହପୁର ଜିଲ୍ଲା ସହ ପ୍ରୀୟପ୍ରିତି ବନ୍ଧୁବାନ୍ଧବ ଙ୍କ ଦ୍ଵାରା ପ୍ରଶଂସିତ ହୋଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି,କଲେଜ ର ଅଧ୍ୟାପକ ଅଧ୍ୟାପିକା ସାରଳା ମେଶର ଉପଦେଷ୍ଟ ବବୁଲା ସାର୍ ମାନଙ୍କର ନାମ ଆଦର୍ଶ ଛାତ୍ରୀ ହିସାବରେ ଉଜ୍ବଳ କରି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କର ଏକ ନୂତନ ଦିଗ୍ଦର୍ଶକ ହୋଇ କହିଛନ୍ତି କଠିନ ପରିଶ୍ରମ ଅଧ୍ୟବସାୟ ବଳରେ ସବୁ କିଛି ସମ୍ଭବ ହୋଇପାରିବ ଜଣେ ତା ଲକ୍ଷ୍ୟ ସ୍ଥଳରେ ପହଁଚି ପାରିବ,ଭବିଷ୍ୟତରେ ଜଣେ ଭଲ ଅଧ୍ୟାପିକା ହୋଇ ଉପଯୁକ୍ତ ଶିକ୍ଷା ଦାନ କରି ସମାଜର ସେବା କରିବାରେ ନିଜକୁ ଚେଷ୍ଟିତ ରହିବା ପାଇଁ କହିଛନ୍ତି,ଏ ଶୁଯୋଗ୍ୟ ସନ୍ତାନ ର ଉତରତୋର ଉନ୍ନତି ପାଇଁ ପିତା ମାତା ଭଗବାନଙ୍କ ପାଖରେ ମଙ୍ଗଳ କାମନା କରିଛନ୍ତି, ଭାଗ୍ୟ ଲକ୍ଷ୍ମୀ ଏ ସମସ୍ତ ଶ୍ରେୟ ନିଜ ପିତା ମାତା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ନତମତସ୍କ ଭକ୍ତିପୂତ ହୋଇଛନ୍ତି। ରିପୋର୍ଟ ଶାରଦା ପ୍ରସନ୍ନ ପରିଜା

You may have missed