ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳରେ ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି:୨୫/୫(ଗରୁଡ ଧ୍ଵଜ ଚୌଧୁରୀ)ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ ୨୦୨୫ ଅବସରରେ ପାରଳାଖେମୁଣ୍ଡି ବନ ବିଭାଗ ଦ୍ବାରା ମହେନ୍ଦ୍ରଗିରି ଜୈବ ବିବିଧତା ଐତିହ୍ୟ ଅଞ୍ଚଳର ଶିଖର ଉପରେ ଏକ ସ୍ବଚ୍ଛତା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଶ୍ରୀ କେ. ନାଗରାଜୁ ଆଇ.ଏଫ୍.ଏସ୍., ଡିଏଫଓ, ପାରଳାଖେମୁଣ୍ଡିଙ୍କ ନେତୃତ୍ବରେ, ଏସିଏଫ୍ ସାଇନ୍ ଶ୍ରୀ ଦାଶ, ଆରଓ ପିୟୁଷ ପଟ୍ଟନାୟକ ଓ ରାମଗିରି ରେଞ୍ଜର ଦିଗଭରସା ଷ୍ଟାଫ୍ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା. ଏହି କାର୍ଯ୍ୟକ୍ରମରେ ବି. ଆମ୍ବେଦକର କଲେଜ ଓ କଇଁପୁର ଗ୍ରାମ ବିକାଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ପ୍ରଫେସର, ମହେନ୍ଦ୍ରଗିରି ଇ.ଡି.ସି.ର ଅଧ୍ଯକ୍ଷ ଓ ଟ୍ରେଜରାର ସହିତ ସ୍ଥାନୀୟ ଲୋକଙ୍କ ଉତ୍ସାହପୂର୍ଣ ଅଂଶଗ୍ରହଣ ଦେଖୁବାକୁ ମିଳିଥିଲା । ସମୁଦାୟର ଏକତାବଦ୍ଧ ଅଂଶଗ୍ରହଣ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା Iଏହି ଆଲୋଚନା ଅଧୂବେଶନ ଏକ ଜ୍ଞାନ ଅଦାନ ପ୍ରଦାନ, ସମୁଦାୟ ଗଠନ ଓ ପରିବେଶ ଶିକ୍ଷା ପାଇଁ ଏକ ସକ୍ରିୟ ମଞ୍ଚ ଭାବରେ କାର୍ଯ୍ୟ କରିଥୂଲା ପତ୍ରିକା ବଣ୍ଟନ ଓ କୁନ୍ତୀ, ଭୀମ, ଯୁଧୂଷ୍ଠିର ଓ ଅର୍ଜୁନ ମନ୍ଦିର ପରିସରରେ ସ୍ବଚ୍ଛତା ଅଭିଯାନ ସହିତ କ୍ଷେତ୍ର କାର୍ଯ୍ୟକଳାପ ସଂପନ୍ନ ହୋଇଥିଲା, ଯାହା ସ୍ଥାନୀୟ ଜୈବ ବିବିଧତା ପୁନର୍ବାସ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ ଓ ସମୁଦାୟ ଆଧାରିତ ସଂରକ୍ଷଣ ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଏ I ଏହି ପଦକ୍ଷେପ ମହେନ୍ଦ୍ରଗିରିର ସମୃଦ୍ଧ ଜୈବ ବିବିଧତା ଓ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ପାଇଁ ଆଉ ଏକ ଦୃଢ଼ ପାଇଲା ଏବଂ ସମୁଦାୟ ଆଧାରିତ ସଂରକ୍ଷଣ ଓ ଶସ୍ୟ ଉନ୍ନତି ପାଇଁ ଏକ ଅଗ୍ରଗତି ସୂଚକ ହେଲା ।