April 24, 2026

ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାପୁଚି ଗ୍ରାମରେ ଉତ୍କଟ ଜଳ ସଙ୍କଟ…. ନାଳ ପାଣିକୁ ପିଇବା ପାଣି ଭାବେ ବ୍ୟବହାର କରୁଛନ୍ତି ଗ୍ରାମବାସୀ 

IMG-20250524-WA0026
Share

 

 

ପାରଳାଖେମୁଣ୍ଡି:୨୪/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଏଭଳି ସ୍ଥିତିରେ ଉତ୍କଟ ଜଳ ସଙ୍କଟ ଲୋକଙ୍କୁ ଆହୁରି ଅତିଷ୍ଟ କରୁଛି। ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାପୁଚିବାସୀ ଗ୍ରାମରେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି. ଲୋକେ ଗ୍ରାମ ଠାରୁ ୨ କିମି ଦୂରରେ ଥିବା ଏକ ପାହାଡିଆ ନାଳର ପାଣିକୁ ପିଇବା ପାଣି ରୂପେ ବ୍ୟବହାର କରି ଆସୁଛନ୍ତି. ଏଭଳି ସମସ୍ୟା ଦେଖୁବାକୁ ମିଳିଛି ମୋହନା ବ୍ଳକ୍ ଖାରିଗୁଡ଼ା ପଞ୍ଚାୟତ ଡେଙ୍ଗାପୁଚି ଗାଁରେ। ୩୨ ଗୋଟି ଆଦିବାସୀ ପରିବାର ଥିବା ଏହି ଗ୍ରାମରେ ଜନସଂଖ୍ୟା ପ୍ରାୟ ୨ ଶହରୁ ଅଧ‌ିକ। ପିଇବା ପାଣି ପାଇଁ ଗାଁରେ କେବଳ ୨ଟି ନଳକୂପ ଅଛି. ଗୋଟିଏରେ ଅଳ୍ପ ପାଣି ବାହାରୁଥିବା ବେଳେ ଅନ୍ୟଟିରେ ବାହାରୁଛି ଲୌହ ଯୁକ୍ତ ଗୋଳିଆ ପାଣି। ଯଦ୍ୱାରା ଏହା ବ୍ୟବହାର ଯୋଗ୍ୟ ନୁହେଁ । ନଳକୂପ ମରାମତି ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ୱେ କୌଣସି ସୁଫଳ ମିଳୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି. ଗାଁ ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଏକ ନାଳ ପାଣି ବ୍ୟବହାର କରୁଥିବା ଗ୍ରାମବାସୀମାନେ ପ୍ରକାଶ କରି କହିଛନ୍ତି ବହୁଵାର ପ୍ରଶାସନକୁ ନିବେଦନ ସତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ. ଅତି ତୁରନ୍ତ ଜିଲ୍ଲା ପ୍ରଶାସନ ପିଇବା ପାଣି ଯୋଗାଇବା ପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଦାବି ଜଣାଇଛନ୍ତି. ଘଟଣା ନେଇ ମୋହନା ବିଡିଓ ରାଜୀବ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଖୁବ ଶୀଘ୍ର ନଳକୂପ ମରାମତି କରା‌ଯାଇ ଲୋକଙ୍କ ସମସ୍ୟା ଦୂର କରାଯିବ.

You may have missed