April 24, 2026

ପୋଟଲlମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଦେହାନ୍ତ

IMG-20250524-WA0027
Share

 

ଛତ୍ରପୁର. ତା.୨୪/୫/୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଲଜ ପୋଟଲମପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ସଂଯୁକ୍ତା ବେହେରାଙ୍କ ମୁନିଷିପେଣ୍ଠ ସ୍ଥିତ ବାସ ଭବନରେ ଅକାଳ ବିୟୋଗ ଘଟିଛି , ସେ ୨୦୦୭ ମସିହା ରୁ ୨୦୧୨ ପର୍ଯ୍ୟନ୍ତ ସରପଞ୍ଚ ଥିଲେ,ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ପଂଚାୟତ ର ଅନେକ ଉନ୍ନୟନ କାର୍ଯ୍ୟ କରିଛନ୍ତି, ମନରେଗା କାର୍ଯ୍ୟକ୍ରମ ରେ ଉତ୍କୃଷ୍ଟ କାର୍ଯ୍ୟ ଯୋଗୁଁ ରାଜ୍ୟ ସରକାର ତାଙ୍କୁ ଏକାଧିକ ଥର ପୁରସ୍କୃତ କରିଛନ୍ତି,ଜଣେ ମହିଳା ସରପଞ୍ଚ ଭାବରେ ଶିଶୁ ଓ ମହିଳା ଙ୍କ ପାଇଁ ନୂତନ ଅଙ୍ଗନବାଡି କେନ୍ଦ୍ର ପ୍ରତ୍ୟେକ ଗ୍ରାମ ରେ ନିର୍ମାଣ ସହ ପ୍ରାଥମିକ ଶିକ୍ଷା କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ର ର ଉନ୍ନତି କରଣ କରିଥିଲେ । ସେ ପ୍ରାୟ ୨ ବର୍ଷ ହେବ କର୍କଟ ରୋଗ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ କାଳୁ ଚରଣ ,ପୁଅ ଧୀରେନ , ପୁତୁରା ସୌଦାଗର ( ଓଏଏସ), ଝିଅ ସ୍ୱାଗତିକ ସହ ଅନ୍ୟ ନିକଟ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ, ଶେଷ ଦର୍ଶନ ପାଇଁ ସରପଞ୍ଚ ନିରଞ୍ଜନ ପ୍ରଧାନ ସହ ଅନ୍ୟାନ୍ୟ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ,ସଂଯୁକ୍ତା ବେହେରା ଙ୍କ ବିୟୋଗ ରେ ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା,ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ପୂର୍ବତନ ଛତ୍ରପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାଞ୍ଜଳି ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।