April 23, 2026

ମନରେଗା ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ..

IMG-20250524-WA0019
Share

 

କୋଲନରା:(ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ବୈଠକ ହଲ ରେ ଆଜି ମ ନରେଗା ଓ ପଞ୍ଚଦଶ ଅର୍ଥ କମିଶନ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର ରାୟଗଡା ଉପ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଶିବିର ରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲିସିକା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଯୋଗଦେଇଥିବା ବେଳେ ମନରେଗା ଏପିଓ ସୁମିତ୍ରା ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସହକାରୀ ନିର୍ବାହୀଯନ୍ତ୍ରୀ ଲକ୍ଷ୍ମୀ ନାରାୟଣ ପାତ୍ର, ବି ଏଫ ଓ ଗଣେଶ୍ୱର ଭଟ୍ଟ, ଜି ପି ଡି ଓ ପ୍ରଶାନ୍ତ କୁମାର ପାଢୀ, ବ୍ଲକର ସମସ୍ତ ସରପଞ୍ଚ, ସମିତି ସଭ୍ୟ / ସଭ୍ୟା, ପିଇଓ, କନିଷ୍ଠ ଯନ୍ତ୍ରୀ, ଏ ଡ଼ିଇଓ, ଜି ଆର ଏସ, ବି ପି ଟି, ଭି ଆର ପି, ବି ଏସ ଏ, ସମସ୍ତ ଲାଇନ ଡିପାର୍ଟ ମେଣ୍ଟ ଉପସ୍ଥିତ ଥିଲେ। ଜନ ଶୁଣାଣୀ ଶିବିରରେ ମନରେଗା ଯୋଜନାର ୧ ଅକ୍ଟୋବର ୨୦୨୩ ରୁ ୩୧ ମାର୍ଚ୍ଚ ୨୦୨୪ ଏବଂ ପଞ୍ଚଦଶ ଅର୍ଥ କମିଶନ ରେ ୧ ଅପ୍ରେଲ ୨୦୨୪ ଠାରୁ ସେପ୍ଟେମ୍ବର ୩୦ / ୨୦୨୪ ଆର୍ଥିକ ବର୍ଷର ଖର୍ଚ୍ଚ ଉପରେ ଶୁଣାଣୀ ହୋଇଥିଲା। ବିଡ଼ିଓ ରୀନା ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ବି ଏସ ଏ ପରିଚାଳନା କରିଥିବା ବେଳେ ଏପିଓ ସୁମିତ୍ରା ପାଣିଗ୍ରାହୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed