ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ.
ଖଇରା ( ଦେବାଶିଷ ଦାଶ )
ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ଏ-୧ ପାଇ ଥିବା ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ୨୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଆଳଦା, ଖଇରା, ବାଲେଶ୍ଵର ।
ଏହି ଉପଲକ୍ଷେ ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭାପତିତ୍ବ କରିଥିଲେ ଖଇରା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ମୁକ୍ତିକାନ୍ତ ଶତପଥୀ । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ଯକ୍ଷା ଅଭିଲିପ୍ସା ସାହୁ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ସଭାଟିକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ସୁଦାମ ଚରଣ ରାଉତ, ବରେଣ୍ଯ ଅତିଥି ରଘୁନାଥ ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଭରତ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଯୁଗଗୁରୁ ମୁକ୍ତିକାନ୍ତ ପାଣିଗ୍ରାହୀ, ଓଷ୍ଟା ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ ନାରାୟଣ ଚନ୍ଦ୍ର ମହାପାତ୍ର, ପୂର୍ବତନ ସଭାପତି କୈଳାସ ଚନ୍ଦ୍ର ବେହେରା ଏବଂ ମୋ ଅନୁଷ୍ଠାନ ଉପଦେଷ୍ଟା ତଥା ଓଡିଶା ହାଇକୋର୍ଟର ଆଇନଜୀବୀ ବସନ୍ତ କୁମାର ବାରିକ ପ୍ରମୁଖ ମଞ୍ଚାସୀନ ହୋଇ ପିଲାମାନଙ୍କ ଭବିଷ୍ୟତ ଗଠନ ନେଇ ବହୁ ଉପଦେଶାତ୍ମକ ମୂଳକ ପରାମର୍ଶ ଦେଇଥିଲେ ।
ଏହି ଅବସରରେ ଖଇରା ବ୍ଲକ ରେ ଏ-୧ ପାଇଥିବା ରିତେଶ ମିଶ୍ର, ନିରୋଜ କୁମାର ମହାପାତ୍ର, ଶୁଭସ୍ମିତା ବେହେରା, ଶୁନ୍ୟସକ୍ତା ବିଶ୍ବାଳ, ଲିପ୍ସିତା ମହାନ୍ତି, ହରପ୍ରିୟା ରାଉଳ, ଝୁମା ସାହୁ, ଶୁଭସ୍ମିତା ବେହେରା, କ୍ଷିତିଶ କୁମାର ରଥ, କାହ୍ନୁ ଚରଣ ସାହୁ, ସ୍ବୟଂ ସମୀକ୍ଷା ମହାନ୍ତି, ଅର୍ପିତା ପ୍ରିୟଦର୍ଶିନୀ ଦଳେଇ, ପ୍ରିୟଙ୍କା ନାୟକ, ରାନୁସ୍ମିତା ବନ୍ଧ, ଧରିତ୍ରୀ ସେଠୀ, ମଧୁସ୍ମିତା ନାଥ, ଦୀପାଲି ରାଉଳ, ଅଲିଭା ଉପାଧ୍ୟାୟ, ସନ୍ଦୀପ୍ ସାହୁ, ଜ୍ଯୋତିପ୍ରଭା ବେହେରା, ମୃତ୍ୟୁଞ୍ଜୟ ପଣ୍ଡା ଓ ଧିରଜ କୁମାର ଦାସଙ୍କୁ ” ପ୍ରତିଭା ସମ୍ମାନ-୨୦୨୫ ” ରେ ସମ୍ମାନିତ କରାଯାଇଥିବା ବେଳେ ସମୀକ୍ଷା ସମନ୍ବିତା ଶତପଥୀ, ମଧୁସ୍ମିତା ଲେଙ୍କା ଓ ସ୍ବପ୍ନାଲିସା ବାରିକଙ୍କୁ ଅର୍ଥରାଶି ସହିତ ” ରଘୁନାଥ ବାରିକ ସ୍ମୃତି ସମ୍ମାନ-୨୦୨୫ ” ରେ ସମ୍ମାନିତ କରାଯାଇଥିଲା । ଉକ୍ତ ଛାତ୍ରଛାତ୍ରୀ ମାନେ ବର୍ତ୍ତନା, କୁପାରି, ପଳାଶପୁର, ତୁଡିଗଡିଆ, ଗଣ୍ଡିବେଡ଼, ବାଘୁଆ, ଅନ୍ତରା, ରୁସ୍ତମପୁର, ତିଳଦା, ଅଡା, ଖଇରା ଓ ଡୁଙ୍ଗୁରା ହାଇସ୍କୁଲରେ ପଢୁଥିଲେ ।
ପ୍ରଥମେ ଅତିଥି ମାନଙ୍କ ଦ୍ବାରା ଭଉଣୀ କୁଞ୍ଜଲତା ମାହୁଁନ୍ତଙ୍କୁ ମୁକୁଟ, ଉତ୍ତରୀୟ, ଟ୍ରଫି ଓ ଫୁଲତୋଡା ଦେଇ ଆନୁଷ୍ଠାନିକ ଭାବେ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର ସଭାପତି ଘୋଷଣା କରାଯାଇଥିଲା । ପରେ ପରେ ଗତ ତା ୧୮/୫/୨୫ ରିଖ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଠାରେ ଅନୁଷ୍ଠିତ ” ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ “ର କଳାକାର ସଂହତି ଦିବସରେ ଅନୁପସ୍ଥିତ ସଦସ୍ୟା ଭଉଣୀ କୁଞ୍ଜଲତା ମାହୁଁନ୍ତ ଏବଂ ସଦସ୍ୟ ହେମନ୍ତ କୁମାର ନାୟକଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟା ଶ୍ରଦ୍ଧାଞ୍ଜଳି ଖମାରୀ, ସଦସ୍ୟ ହେମନ୍ତ କୁମାର ନାୟକ ଓ ସମ୍ଭୁନାଥ ସେଠୀ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଭଉଣୀ କୁଞ୍ଜଲତା ମାହୁଁନ୍ତ ଏବଂ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ବେଦପାଠ କରିଥିବା ବେଳେ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା । ଉକ୍ତ ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ପିଲା ମାନଙ୍କ ପିତାମାତ ବହୁ ଖୁସି ଅନୁଭଵ କରିଥିଲେ । ଅନୁଷ୍ଠାନର ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମ୍ପୃକ୍ତ ଅଞ୍ଚଳବାସୀ ତରଫରୁ ବହୁଳ ମାତ୍ରାରେ ପ୍ରଶଂସା କରାଯାଇଛି ।।
