May 10, 2026

ହେଇପାରିଲା ନାହିଁ‌ ଉଚ୍ଛେଦ ଶିଶୁପାଳ ହୋଇ ଫେରିଗଲା ପ୍ରଶାସନ —

IMG-20250424-WA0005
Share

ନୀଳଗିରି(ଦେବାଶିଷ ଦାଶ)

ସରକାରୀ ଜାଗାରେ ନିର୍ମାଣ ହୋଇଥିବା କମୁନିଟି ସେଣ୍ଟରକୁ ହାଇକୋର୍ଟ ନିର୍ଦ୍ଦେଶରେ ପ୍ରଶାସନ ତରଫରୁ ଉଛେଦ କରିବାକୁ ଆସିଥିଲା ବେଳେ ଗ୍ରାମବାସୀଙ୍କ ବିରୋଧ।ଉଛେଦ ନ କରିପାରି ଶିଶୁପାଳ ହୋଇ ଫେରିଗଲା ପ୍ରଶାସନ।ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତହସିଲ ଅଧିନସ୍ଥ ମହମ୍ମଦ ନଗର ପାଟଣା ଗ୍ରାମର ଲୋକଙ୍କର ସୁବିଧା ପାଇଁ ସରକାରଙ୍କ ତରଫରୁ ସରକାରୀ ଜାଗାରେ ଏକ କମୁନିଟି ସେଣ୍ଟର ନିର୍ମାଣ ହୋଇଥିଲା ବେଳେ ବିରୋଧୀ ଏହାକୁ ବିରୋଧ କରି ଉଛେଦ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥଲେ।ହାଇକୋର୍ଟ ଉକ୍ତ ଅଭିଯୋଗ ମୂଳେ ଏହାକୁ ଉଛେଦ ପାଇଁ ଜଳେଶ୍ୱର ତହସିଲକୁ ନିର୍ଦେଶ ଦେଇଥିଲା ବେଳେ ଜଳେଶ୍ୱର ତହସିଲଦାର ଗୌରାଙ୍ଗ ଚରଣ ଘୋଷ,ଜଳେଶ୍ୱର ଏସଡିପିଓ ବ୍ରଜମୋହନ ପ୍ରଧାନ, ଜଳେଶ୍ୱର ଆଇ.ଆଇ.ସି.ଜୟନ୍ତ ବେହେରା ସହିତ ଏକ ପ୍ଲାଟୁନ ପୋଲିସ ଫୋର୍ସ ପହଞ୍ଚି ଥିଲା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ସରକାରୀ ଜାଗାରେ ସରକାରୀ ଅର୍ଥରେ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହା ନିର୍ମାଣ ହୋଇଛି ବୋଲି କହିବା ସହ ଘୋର ବିରୋଧ କରିଥିଲେ।ଶେଷରେ କମ୍ୟୁନିଟି ସେଣ୍ଟରକୁ ଭାଙ୍ଗି ନ ପାରି ଶିଶୁପାଳ ହୋଇ ଫେରି ଯାଇଥିଲା ପ୍ରଶାସନ।