May 19, 2024

ଶିଶୁ ମନ୍ଦିରରେ ଶୈକ୍ଷିକ ଉପକରଣ ପ୍ରଦର୍ଶନୀ

Share

ବୁଗୁଡା : ତା ୨୪/୦୪/୨୪ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ଶୈକ୍ଷିକ ଉପକରଣ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ ୧ ରୁ ୨୩ ତାରିଖ ମଧ୍ୟରେ ଉପକରଣ ପ୍ରସ୍ତୁତି ପକ୍ଷ ଅବସରରେ ଶିକ୍ଷାନୁଷ୍ଠାନର ଗୁରୁମା ଓ ଗୁରୁଜୀମାନଙ୍କ ଦ୍ବାରା ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ମାତୃଭାଷା , ଗଣିତ , ବିଜ୍ଞାନ , ହିନ୍ଦୀ , ସଂସ୍କୃତ ଓ ସାମାଜିକ ବିଜ୍ଞାନ ଆଦି ବିଷୟ ସମ୍ପର୍କିତ ବିଭିନ୍ନ ଉପକରଣ ପ୍ରସ୍ତୁତ କରାଯାଇଥିଲା ବେଳେ ଆଜି ସେଗୁଡିକ ପ୍ରଦର୍ଶିତ ହୋଇଥିଲା । ପ୍ରଧାନାଚାର୍ଯ୍ୟ ଉତ୍ତମ କୁମାର ମହାରଣାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ପ୍ରଦର୍ଶନୀକୁ ଛାତ୍ରଛାତ୍ରୀମାନେ ମନଭରି ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉପକରଣ ପ୍ରମୁଖ ଗୁରୁମା ମଧୁସ୍ମିତା ଦାଶ ପରିଚାଳନା କରିଥିବା ବେଳେ ଏଥିରେ ଗୁରୁମା ସରୋଜା ପଟ୍ଟନାୟକ ସକ୍ରିୟ ସହଯୋଗ କରିଥିଲେ ।