ଜଗତଜନନୀ ଠାକୁରାଣୀ ଫେରିଲେ ଶାଶୁ ଘରକୁ…………
ଉମରକୋଟ ୨୩/୪/୨୪
ମାଁ ଜଗତଜନନୀ ଠାକୁରାଣୀ ଙ୍କ ନବଦିନ କଳସ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଥିଲା ମା ଜଗତ ଜନନୀ ଠାକୁରାଣୀ ଶାଶୁ ଘରୁ ମାଁ ଘରକୁ ନଅ ଦିନ ପାଇଁ ବୁଲିବାକୁ ଆସିଥିଲେ । ସୋମବାର ଆସି ମଙ୍ଗଳବାର ଦିନ ବିଶ୍ରାମ ନେଇ ପୁଣି ବୁଧବାର ଦିନ ମାଁ ପ୍ରତ୍ୟକ ସାହି ତଥା ଘର କୁ ଘର ଯାଇ ପୂଜା ପାଇ ଲୋକଙ୍କୁ ଆଶ୍ରିବାଦ କରି ଆଜି ପୁଣି ଶାଶୁ ଘରକୁ ଫେରିଛନ୍ତି। ମା ଙ୍କ ଏହି ନବାଡିନ ଯାତ୍ରା ଉମରକୋଟ ସହର ରେ ବହୁ ପୁରାତନ କାଳରୁ ପରମ୍ପରା ଚାଲି ଆସିଛି। ମାଙ୍କ ପ୍ରିୟ ଭୋଗ ହେଲା ମୁଆଁ, ପଣା।ଏହି ଯାତ୍ରାରେ ନଅଦିନ ଧରି ୯ଗୋଟି ଘଣ୍ଟ ଓ ଗୋଟିଏ ଫୁଲ ଚାଙ୍ଗୁଡି ଏବଂ ବିମାନ ସାମିଲ ହୋଇ ସହର ପରିକ୍ରମା କରିଥାନ୍ତି। ମାଁ ଜଗତଜନନୀ ଠାକୁରାଣୀ ସହର ପରିକ୍ରମା ଆରମ୍ଭ ରେ ପ୍ରଥମେ ଭିତରଗଡ ଠାର ଥିବା ମୂଖ୍ୟ ପୂଜକ ଭୁବନ ପୂଜାରୀ ଙ୍କ ଘରକୁ ଯାଇ ପ୍ରଥମ ଭୋଗ ଖାଇବା ପରେ ମାଁ ଜଗତଜନନୀ ଠାକୁରାଣୀ ଙ୍କ ସହର ପରିକ୍ରମା ଆରମ୍ଭ ହୋଇଥିଲା । ଆଜି ମଙ୍ଗଳବାର ଦିନ ମାଁ ଜଗତଜନନୀ ଠାକୁରାଣୀ ତାଙ୍କ ଶାଶୂଘର ଘରକୁ ଫେରିଛନ୍ତି । ଏହି ସମୟରେ ସମସ୍ତ ଘଣ୍ଟହାଣ୍ଡି କୁ କଣ୍ଟା ଦୋଳିରେ ପୂଜକ ଝୁଲାଇବା ପରେ ପୂଜକଙ୍କ ଘରକୁ ଯାଇ ପୂଜାର୍ଚ୍ଚନା ପାଇଥାନ୍ତି। ପରେ ପୂଜକ ମାଁ ଙ୍କୁ ମନାଇ ମାଁ ଜଗତଜନନୀ ଠାକୁରାଣୀ ଙ୍କୁ ବାଜା ବାଜଣା କରି ଝରିଗାଁ ରୋଡ ସ୍ଥିତ ମଙ୍ଗଳା ମନ୍ଦିର ଶାଶୁ ଘରକୁ ଫେରାଇ ନେଇଥାନ୍ତି । ଏହି ସମୟରେ ପୂଜକ ଭୁବନେଶ୍ଵର ପୁଜାରୀ ଶିରା ଙ୍କ ସହ ପୂଜା କମିଟିର ସଭାପତି ସାଇନାରାୟଣ ପାଢ଼ୀ, କୋଷାଧ୍ୟକ୍ଷ ଗୋବିନ୍ଦ ମାଝୀ, ସମ୍ପାଦକ ସତ୍ୟ ନାରାୟଣ ମିଶ୍ର ଉପସଭାପତି ଆଶିଷ ରାଓ ଙ୍କ ସହ ପୂର୍ବତନ ନଗରପାଳ ପି ରାବଣା ରାଓ, ରଜତ ସାନ୍ତ୍ରା , ଅଶୋକ ବେବର୍ତ୍ତା, ଓ ପୂଜା କମିଟିର ସମସ୍ତ ସଦସ୍ୟ ବାରପାଲି ଗାଁ ର ରଇତ , ଶିରା, ପୂଜାରୀ ଙ୍କ ସହ ପୁରୁଣା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ( ଏମ୍. ୟଦିନା°ଶୁ ଆଚାରୀ )