April 30, 2026

ମାଁକୁ ହରାଇଥିବା ଶିଶୁ କନ୍ୟାର ସମସ୍ତ ଦାୟିତ୍ବ ନେଲା ଗଜପତି ଜିଲ୍ଲା ପ୍ରଶାସନ

ppkl
Share

ପାରଳାଖେମୁଣ୍ଡି, ତା. 24-04-2024
ଦୁନିଆଁକୁ ଭଲଭାବେ ଦେଖିନଥିବା ଜନ୍ମର ଏକ ଦିନ ପରେ ମାଁକୁ ହରାଇଥିଲା ଏକ କୋମଳମତି ଶିଶୁ କନ୍ୟା। ସୁଚନାପ୍ରକାରେ ମୋହନା ବ୍ଲକ୍ ର ଚାନ୍ଦିପୁଟ ପଞ୍ଚାୟତ ର ଏକ ଗ୍ରାମରେ ପ୍ରସବ ପରେ ମାଁଟିର ମୃତ୍ୟୁ ହୋଇଯାଇଥିଲା। ଏଣେ ଅତ୍ୟନ୍ତ ଗରିବ ତଥା ଅସୁସ୍ଥ ରହୁଥିବା ଶିଶୁ କନ୍ୟାଟିର ପିତା ଶିଶୁଟର ଚିକିତ୍ସା କରାଇବା ଓ ଯତ୍ନ ନେବାକୁ ଅସମର୍ଥ ହେବାରୁ ଗ୍ରାମବାସୀ ଏବଂ ପାଖ ସହୃଦୟ ବ୍ୟକ୍ତି ଜିଲ୍ଲା ପ୍ରଶାସନର ସହଯୋଗ କାମନା କରିଥିଲେ।
ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ବାବଧାନରେ ଏକ ଟିମ୍ ଉକ୍ତ ଗ୍ରାମକୁ ପହଞ୍ଚି ଶିଶୁ କନ୍ୟାର ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ସହ ଆଲୋଚନା କରି ଯାଣିବାକୁ ପାଇଲେ ଶିଶୁଟି ଅତ୍ୟନ୍ତ ଅସୁସ୍ଥ ଅଛି ଏବଂ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଶିଶୁ କନ୍ୟାଟିର ଉପଯୁକ୍ତ ଚିକିତ୍ସା ଏବଂ ଯତ୍ନ ନିମନ୍ତେ ପରିବାର ସଦସ୍ୟ ଗ୍ରାମବାସୀଙ୍କ ଉପସ୍ଥିତିରେ ଉକ୍ତ ଟିମ୍ କୁ ଶିଶୁକନ୍ୟାଟିକୁ ହସ୍ତାନ୍ତର କରିଥିଲେ।
ଉକ୍ତ ଟିମ୍ ଶିଶୁଟିକୁ ଆଣିବା ପରେ ଶିଶୁ ମଙ୍ଗଳ ସମିତି ନିକଟରେ ଉପସ୍ଥାପନ କରିଥିଲେ ଏବଂ ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଶିଶୁଟିକୁ ଜିଲ୍ଲାରେ ଥିବା ଏକମାତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଥଇଥାନ କରାଯାଇଥିଲା। ପରେ ଶିଶୁଟିକୁ ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟକୁ ନେଇ ଡ଼ାକ୍ତରଙ୍କ ସହ ପରାମର୍ଶ କରାଯାଇଥିଲା ଏବଂ ଶିଶୁଟି ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଦିନ ରହିବାପରେ ଅତ୍ୟଧିକ ଚିକିତ୍ସା ନିମନ୍ତେ ଶିଶୁକୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଥିଲା। ଶିଶୁଟିର ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି।

You may have missed