ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ

ବୁଗୁଡ଼ା : ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷରୁ ଜାରି ହୋଇଥିବା ଗାଇଡ୍ ଲାଇନ୍ ପ୍ରକାରେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବିଦ୍ଯାର୍ଥୀଙ୍କ କ୍ଷେତ୍ରରେ ପାସଫେଲ୍ ବ୍ଯବସ୍ଥାକୁ କାର୍ଯ୍ଯକାରୀ କରାଯାଇଥିଲା। ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୧୧ଟି କ୍ଲଷ୍ଟର ଅନ୍ତର୍ଗତ ୧୩୦ଟି ବିଦ୍ୟାଳୟରେ ଏ ବର୍ଷ ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ବାର୍ଷିକ ପରୀକ୍ଷା ଦେବା ପାଇଁ ଯଥାକ୍ରମେ ୧୫୧୭ ଓ ୧୭୫୧ ଜଣ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକୃତ ହୋଇଥିଲା। ତେବେ ସେମାନଙ୍କ ମଧ୍ୟରୁ ପଞ୍ଚମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଆଠ ଜଣ ଛାତ୍ରଛାତ୍ରୀ ଫେଲ ହୋଇଥିଲା ବେଳେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶିକ୍ଷାର ପ୍ରୋଗେସ୍ ରିପୋର୍ଟ ପ୍ରଦାନ କରାଯାଇଥିବା ଜଣାଯାଇଛି।
