April 26, 2026

କନିମୂଳ ଶିଶୁଵିଦ୍ୟାମନ୍ଦିର ରେ ପରିଚାଳନା ଗତ ବିଭ୍ରାଟ,ବିଓଙ୍କୁ ଦାବୀପତ୍ର ଦେଲେ ଅଞ୍ଚଳ ବାସୀ !!

IMG-20260324-WA0066
Share

 

ତିର୍ତ୍ତୋଲ ତା ୨୪/୩/୨୬,

 

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଦୀର୍ଘ ୩୦ ବର୍ଷର ବିଦ୍ୟାଳୟ କିନ୍ତୁ କୌଣସି ନଥିପତ୍ରରେ ଲିଖିତ ପ୍ରମାଣ ନାହିଁ ବୋଲି ସୂଚନା ଅଧିକାର ଆଇନ (RTI) ୨୦୦୫ ଅନୁଯାଇ ତଥ୍ୟରେ ଦର୍ଶାଇଛନ୍ତି ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟା । ବିଦ୍ୟାଳୟରେ COR ସାର୍ଟିଫିକେଟ ହାସଲ ପାଇଁ ସର୍ବନିମ୍ନ ଆବଶ୍ୟକ ବିଷୟ ଯଥା, ବାଳକ ବାଳିକା ମାନଙ୍କର ଅଲଗା ଅଲଗା ଶୌଚାଳୟ, ବାଉଣ୍ଡାରୀ ୱାଲ, ଖେଳ ପଡିଆ, ପାନୀୟ ଜଳ ର ସୁବିଧା,ଅଗ୍ନିନିର୍ବାପକ ସିଲିଣ୍ଡର, ଆବଶ୍ୟକ ଭିତ୍ତିଭୂମି ଆଦି ନଥାଇ ମଧ୍ୟ ଚଞ୍ଚକତା ପୂର୍ବକ COR ହାସଲ କରି,ଆର୍ଥିକ ଅନଗ୍ରସର ପିଲାଙ୍କ ନିମନ୍ତେ ମିଳୁଥିବା ୨୫% ଅନୁଦାନ ରାଶିକୁ ଆତ୍ମସାତ କରା ଯାଉଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହିଯେ COR ଆବେଦନ ସମୟରେ ଯୋଉ ଶିକ୍ଷକ ମାନଙ୍କର ଶିକ୍ଷାଗତ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଶିକ୍ଷାଦାନ କରୁ ନାହାନ୍ତି ବୋଲି ଆଞ୍ଚଳିକ ଅନୁଭବୀ ବ୍ୟକ୍ତି ମାନେ ଅଭିଯୋଗ କରିଛନ୍ତି । ଯାହା ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀଙ୍କୁ ତଦନ୍ତଭୁକ୍ତ କରାଯିବାକୁ ଅବଗତ କରାଯାଇଛି । ଏପରି ଦିନରେ ଲଣ୍ଠନ ଦେଖାଉଥିବା ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ଟି ଦେଖିବାକୁ ମିଳିଛି, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଶିକ୍ଷାମଣ୍ଡଳ ଅନ୍ତର୍ଗତ କନିମୂଳ ଗ୍ରାମରେ । ଯେଉଁଠି ସାଧାରଣରେ ଚର୍ଚ୍ଚା ହେଉଛି ଯେ ଛାତ୍ରଛାତ୍ରୀ ଙ୍କ ପାଇଁ କୌଣସି ମୌଳିକ ସୁବିଧା ସୁଯୋଗ ନଥାଇ ବିଦ୍ୟାଳୟ ଟି

COR ପାଇଲା କିପରି…? ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ୨୫% ଅର୍ଥ ର ଦୁରୁପଯୋଗ କରୁଛି କିଏ । ଯୋଉଠି ସରକାର ଙ୍କ ନିୟମ ଅନୁଯାଇ ପ୍ରତି ୩ବର୍ଷ ରେ ଥରେ ପରିଚାଳନା କମିଟି ନୂତନ ଭାବେ ଗଢ଼ା ଯିବା କଥା…ସେଠି ଉକ୍ତ ବିଦ୍ୟାଳୟ ରେ ଦୀର୍ଘ ୬ବର୍ଷ ହେବ ସେହି କମିଟି ପରିବର୍ତନ ନହେବାରୁ ଗତ ତା ୦୫/୦୨/୨୦୨୬ ରିଖ ରେ ପରିଚାଳନା କମିଟି ର ସଭାପତି ତାଙ୍କ ନିଜ ତରଫରୁ ଇସ୍ତଫା ଦେଇଛନ୍ତି । ଶୁଣାଯାଏ ବିଦ୍ୟାଳୟ ର ସମ୍ପାଦକ ସୁଧୀର ପଟ୍ଟନାୟକ ବିଦ୍ୟାମନ୍ଦିର କୁ ଦୁର୍ନୀତି ମନ୍ଦିର କରିଦେଇ ସାରିଲେଣି,ଯାହା ତଦନ୍ତ ଯୋଗ୍ୟ ଏବଂ ଏହି କାର୍ଯ୍ୟକୁ ପ୍ରଶୟ ଦେଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ । ଦେଖିବାକୁ ରହିଲା ତିର୍ତ୍ତୋଲ ଶିକ୍ଷାଧିକାରୀ ମନୋଜ କୁମାର ବେହେରା ଙ୍କ ତଦନ୍ତ ସଠିକ ଦିଗରେ ଯାଉଛି ନା ବାଟବଣା ହେଉଛି ।