କୋରାପୁଟ ଜିଲ୍ଲା ଅମଲା ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟଙ୍କ ବୈଠକ….

uihiui
Share

କୋରାପୁଟ,କୋରାପୁଟ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ କୋରାପୁଟ ଜିଲ୍ଲା ଅମଲା ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ସଭାପତି ନିତ୍ୟାନନ୍ଦ ଭତ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅମଲା କୁଟୀରର ନବୀକରଣ ଓ ଆଧୁନିକି କରଣ କରିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।ପରବର୍ତ୍ତୀ କାର୍ଯ୍ୟକାରିଣୀ ପୂର୍ବରୁ ଅତି ଆଧୁନିକ ସଭାଗୃହ ନିର୍ମାଣ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା। କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ ଯୋଗଦେଇ ସମସ୍ତ ବକେୟାରାଶି ସଂଗ୍ରହ ଏବଂ ଖର୍ଚ୍ଚର ବିଶଦ ବିବରଣୀ ପ୍ରଦାନ କରିଥିଲେ । ଉପଦେଷ୍ଟା ପ୍ରସନ୍ନ କୁମାର ନାୟକ, ଅନୀଲ ନୟନ ପାତ୍ର ଏବଂ ଶ୍ରୀ ଅନୁପମ ମହାରଣା ଯୋଗଦାନ କରି ସଂଘ କୁ ମଜବୁତ କରିବା ସହିତ ଅମଲାଙ୍କ ସୁଖ ଏବଂ ଦୁଃଖରେ ସାମିଲ ହେବା ସହିତ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବଦ୍ଧ ପରିକର ହେବା ଉଚିତ୍ ବୋଲି ବକ୍ତବ୍ୟ ରଖିବା ସହିତ ପରାମର୍ଶ ପ୍ରଦାନ କରିଥଲେ। ଜିଲ୍ଲା ସଂପାଦକ ମନୋଜ କୁମାର ବାରିକ ଯୋଗଦେଇ ଅମଲା କୁଟୀର ଗୃହର ମରାମତି ସହ ରହିଯାଇଥିବା ବକେୟା ଅର୍ଥ ଅସୁଲ କରିବାକୁ ଆହ୍ବାନ ଦେଇଥିଲେ। ଶେଷରେ ସଭାପତି ନିତ୍ୟାନନ୍ଦ ଭତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।
(କୋରାପୁଟ ରୁ ହରିଶ ପଟ୍ଟନାୟକ ଙ୍କ ରିପୋର୍ଟ)