June 27, 2026

ମୋହନା ସାମ୍ବାଦିକ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ….

okok
Share

ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇ ଶେଷ ହୋଇଛି। ଏହି ନିର୍ବାଚନରେ ସଭାପତି ଏବଂ ସମ୍ପାଦକ ନିମନ୍ତେ ଦୁଇ ଜଣ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ସଭାପତି ଭାବରେ ପଞ୍ଚାନନ ଦାସ ଏବଂ ସମ୍ପାଦକ ଭାବରେ ସୁମନ ପଟ୍ଟନାୟକ ବିପୁଳ ଭୋଟ ରେ ବିଜୟୀ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ପିଣ୍ଟୁ ପ୍ରଧାନ, ସହ ସମ୍ପାଦକ ଅଂଶୁମାନ ପଣ୍ଡା ଏବଂ ଉପସଭାପତି ଭାବେ ସିମାଞ୍ଚଳ ପୂଜାରୀ ମନୋନୀତ ହୋଇଛନ୍ତି। ଏହା ସହ ପୂର୍ବତନ ସଭାପତିଙ୍କୁ ଉପଦେଷ୍ଟା ଭାବେ ଦାୟିତ୍ଵ ଦେଇଥିବା ନିର୍ବାଚନ ଅଧିକାରୀ ତଥା ଓକିଲ ଦୁର୍ଯ୍ୟଧନ କରଡା ସର୍ବସମ୍ମୁଖରେ ଘୋଷଣା କରିଛନ୍ତି।