March 13, 2026

ବେଲଗୁଣ୍ଠା ବାଙ୍କବଜାରରେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ

IMG-20231123-WA0025
Share

ବେଲଗୁଣ୍ଠା ବାଙ୍କବଜାରରେ ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ

ବେଲଗୁଣ୍ଠା, 23/11, ବେଲଗୁଣ୍ଠା ବାଙ୍କବଜାରରେ ଶ୍ରୀ ଶ୍ରୀ ବାସୁଦେବ ନାମ ସେବା ସଂକୀର୍ତ୍ତନ ସଂଘ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଚବିଶି ପ୍ରହର ଅଖଣ୍ଡ ନାମଯଜ୍ଞ ଏବଂ ଅନ୍ନ ଯଜ୍ଞ I ଏହି ଯଜ୍ଞରେ କୂମ୍ପାପଡ଼ା,ଖମାରପଲ୍ଲୀ,ଜିରୋଳି,ଧୂମୂଛାଇ ସଂକୀର୍ତ୍ତନ ମଣ୍ଡଳୀ ସମେତ ଜାମସାହି ମହିଳା ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଛନ୍ତି I ପୁରୀ ଜିଲ୍ଳା ଚଢେୟାପଲ୍ଲୀ ସ୍ଥିତ ନନ୍ଦି ଘରରୁ ଆସିଥିବା ବାବା ଦାମୋଦରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୁଧବାର ସନ୍ଧ୍ୟାରେ କଳସ ଯାତ୍ରା ଏବଂ ଶୁଭାଧିବାସ ଅନୁଷ୍ଠିତ ହୋଇଥିବା ବେଳେ ବୁଧବାର ସକାଳ ଛଅ ଘଣ୍ଟା ପାଞ୍ଚ ମିନିଟ୍ ସମୟରେ ଅଖଣ୍ଡ ନାମ ଆରମ୍ଭ ହୋଇଥିଲା I ଆସନ୍ତା ଶନିବାର ସକାଳେ ନାମ ସମାପନ ହେବା ସହିତ ପୂର୍ଣ୍ଣାହୁତି, ଦଧିଭାଣ୍ଡ ଭଞ୍ଜନ ଏବଂ ଯମୁନା ସ୍ନାନ ଅନୁଷ୍ଠିତ ହେବ I ନାମ ଦେଖିବା ସହ ପ୍ରସାଦ ସେବନ ପାଇଁ ବାଙ୍କ ବଜାରରେ ଭକ୍ତଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି କୁମ୍ପା ପଡ଼ା ର ରଘୁନାଥ ଯିଉନାମ ସଙ୍କୀର୍ତ୍ତନ ମଣ୍ଡଳୀ ର ନାମ ମାଷ୍ଟର ମୋହନ ଆଲଟିଆ ହର୍ମୋନି ମାଷ୍ଟର ସିମଞ୍ଚଳ ଜେନା , ଅଧିକାରୀ ଚନ୍ଦ୍ରମଣି ପ୍ରଧାନ ଙ୍କ ବହାକ ସନ୍ତୋଷ ଗୌଡ଼ ଙ୍କ ଭାବ ଏବଂ ମଣ୍ଡଳୀ ର ଚିତ୍ତାକର୍ଷକ ଉପସ୍ଥାପନା ଭକ୍ତ ମାନଙ୍କୁ ବିମୋହିତ କରିଥିଲା।ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପୋଲିସ୍ ଶାନ୍ତି ଶୃଙ୍ଖଳା ରକ୍ଷା କରୁଛନ୍ତି I.                      ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ