October 23, 2026

ତନରଡ଼ାରେ ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ଉ; ୧୩ ଅଟକ;୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ୧୧ ମୋବାଇଲ୍ ଓ ୩ ଗାଡ଼ି ଜବତ

IMG-20261022-WA0046
Share

 

ବେଲଗୁଣ୍ଠା, ୨୨।୧୦,ବେଲଗୁଣ୍ଠା ଥାନା ପୁଲିସ ପକ୍ଷରୁ ଆଜି ପାଟ୍ରୋଲିଂ ସମୟରେ ତନରଡ଼ା ଗ୍ରାମରେ ଏକ ଜୁଆ ଖେଳ ଆଡ୍ଡା ଠାବ କରାଯାଇଛି। ଏହି ଘଟଣାରେ ପୁଲିସ ୧୩ ଜଣଙ୍କୁ ଅଟକ ରଖିବା ସହ ନଗଦ ଟଙ୍କା, ମୋବାଇଲ୍ ଫୋନ୍ ଓ ଗାଡ଼ି ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପାଟ୍ରୋଲିଂ ବେଳେ ତନରଡ଼ା ଗ୍ରାମରେ ଜୁଆ ଖେଳ ଚାଲିଥିବା ଜଣାପଡ଼ିବା ପରେ ପୁଲିସ ଟିମ୍ ଚଢ଼ଉ କରିଥିଲା। ଏହି ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୩ ଜଣଙ୍କୁ ଅଟକ ରଖାଯାଇଥିଲା। ଘଟଣାସ୍ଥଳରୁ ୪୦ ହଜାର ୨୯୧ ଟଙ୍କା ନଗଦ ଅର୍ଥ, ୭ ସେଟ୍ ତାସ୍, ୧୧ଟି ମୋବାଇଲ୍ ଫୋନ୍, ଚାବି ସହ ଦୁଇଟି ମୋଟରସାଇକେଲ୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି।ଏହି ଘଟଣାକୁ ନେଇ ବେଲଗୁଣ୍ଠା ଥାନାରେ କେସ୍ ନମ୍ବର ୫୮୧, ତାରିଖ ୨୨ ଅକ୍ଟୋବର ୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୨୯୬, ୩୫୧(୨), ୨୨୧ ଏବଂ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାରେ ପୁଲିସ ପକ୍ଷରୁ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ