April 26, 2026

ଉପ-ଜିଲ୍ଲାପାଳ ଗୁମ୍ମା ବ୍ଲକର ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କଲେ 

IMG-20251023-WA0092
Share

 

ପାରଳାଖେମୁଣ୍ଡି(ଲମ୍ବୋଦର ସାହୁ)

ଉପ-ଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ଅନୁପ ପଣ୍ଡା ଗୁମ୍ମା ବ୍ଲକର ବିଭିନ୍ନ ଛତୁଆ ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଛତୁଆ ପ୍ରସ୍ତୁତି ଲାଗି ଶୁଖିଲା ସାମଗ୍ରୀ ର ମାନ ଯାଞ୍ଚ କରିବା ସହ ସଠିକ୍ ପରିମାଣର ମିଶ୍ରଣ ତଦାରଖ କରିଥିଲେ।ମହିଳା ଓ ଶିଶୁ ବିକାଶ ବିଭାଗର ହିତାଧିକାରୀ ତଥା ଗର୍ଭବତୀ ମହିଳା,ପ୍ରସୂତୀ ମାଆ,୬ ମାସ ରୁ ୩ ବର୍ଷର ଶିଶୁଙ୍କ ନିମନ୍ତେ ଘରକୁ ନିଆ ଯାଉଥିବା ଶୁଖିଲା ଖାଦ୍ୟ ଛତୁଆ ମିଶ୍ରଣ ହେଉଥିବା ଗୁମା ବ୍ଲକ ଅନ୍ତର୍ଗତ ୨ ଗୋଟି ଛତୁଆ ପ୍ରସ୍ତୁତ କେନ୍ଦ୍ରକୁ ପରିଦର୍ଶନ କରିଥିଲେ। ସେହିପରି ମୁନୁସିଂ ଗ୍ରାମ ପଞ୍ଚାୟତର ୨ ଗୋଟି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଯଥା ବାରସିଂ- ‘କ’ ଏବଂ ବାରସିଂ- ‘ଖ’ କେନ୍ଦ୍ରକୁ ପରିଦର୍ଶନ କରିଥିଲେ।ଅଙ୍ଗନୱାଡି କେନ୍ଦ୍ରର କୋଠା ମାନ ଓ ଶିଶୁଙ୍କ ଓଜନ ଉଚ୍ଚତା କୁ ଯାଞ୍ଚ କରିଥିଲେ, କେନ୍ଦ୍ର ର ପରିଷ୍କାର ପରିଚ୍ଛନ୍ନତା ଏବଂ ବିଭିନ୍ନ ରେଜିଷ୍ଟର ଦେଖିଥିଲେ।ସେହିପରି ଶୁଖିଲା ଖାଦ୍ୟ ସମସ୍ତ ହିତାଧିକାରୀ ମାନେ ଠିକ୍ ସମୟରେ ପାଉଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ।

ଏହି ଗସ୍ତ ସମୟରେ ଶ୍ରୀମତୀ ସ୍ନିଗ୍ଧାରାଣୀ ଭୂୟାଁ,ଉପଖଣ୍ଡ ପ୍ରୋଗ୍ରାମ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଗୁମ୍ମା,ମଣ୍ଡଳ ପରିଦର୍ଶିକା ଓ ସ୍ଥାନୀୟ ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।