ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଅସୁରବନ୍ଦ ଗ୍ରାମପଞ୍ଚାୟତର ଅସୁରବନ୍ଦ ଗ୍ରାମରେ ଥିବା ଆନନ୍ଦ ଉଚ୍ଚ ପ୍ରାଥମିକ….


ସୋରଡ଼ା ନିର୍ବାଚନ ମଣ୍ଡଳୀ ର ସୋରଡ଼ା ବ୍ଲକ ଅନ୍ତର୍ଗତ ଅସୁରବନ୍ଦ ଗ୍ରାମପଞ୍ଚାୟତର ଅସୁରବନ୍ଦ ଗ୍ରାମରେ ଥିବା ଆନନ୍ଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ୨୦୨୫ ର ଉଦ୍ଘାଟନ କଲେ ଓ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କଲେ |
“ମୋ ସ୍ଵପ୍ନର ଓଡିଶା 2036″–ଏକ ଦୃଷ୍ଟିକୋଣ ଦେଉଛି ଯେଉଁଠି ଆମ ପ୍ରିୟ ଓଡିଶାକୁ ଆଗାମୀ ବର୍ଷଗୁଡ଼ିକ ମଧ୍ୟରେ କିପରି ଦେଖିବାକୁ ଚାହୁଁଛୁ। ଏହି ସ୍ଵପ୍ନ କେବଳ ଏକ ଆଲୋକମୟ ଭବିଷ୍ୟତ ଦେଖିବା ପାଇଁ ନୁହେଁ, ବରଂ ଏହାକୁ ସୃଷ୍ଟି କରିବା ପାଇଁ ଆଜିର ଶିଶୁମାନଙ୍କୁ ଅନୁପ୍ରେରଣା ଦେବା ଲକ୍ଷ୍ୟ ରଖିଛି ।ଏହି ମଞ୍ଚ ଶିଶୁମାନଙ୍କୁ ଶିକ୍ଷା ଭିତ୍ତିକ ଉନ୍ନତି ବାହାରେ ମଧ୍ୟ ଏକ ଆତ୍ମବିଶ୍ୱାସ ଓ ଅନୁଭବ ଦେଇଥାଏ,ଯାହା ସେମାନଙ୍କ ଜୀବନର ଅମୂଲ୍ୟ ଶିକ୍ଷା ଭାବେ ରହିଯାଏ।ସୋରଡ଼ା ରୁ ସଞ୍ଜୟ କୁମାର ସେଠିଙ୍କ ରିପୋର୍ଟ
