April 26, 2026

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବାର ଶୁଭାରମ୍ଭ..

IMG-20251023-WA0090
Share

 

 

ଛତ୍ରପୁର(ଅରୁଣ କୁମାର ପଣ୍ଡା) ଆଦାନୀ ଫାଉଣ୍ଡେସନ ଓ ହେଲ୍ପଏଜ୍ ଇଣ୍ଡିଆର ମିଳିତ ସହଯୋଗରେ ଗୋପାଳପୁର ବନ୍ଦରର ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡ଼ିକରେ ହାତ ପାଖରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲକ୍ଷ ନେଇ ଏକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯାନର ଶୁଭାରମ୍ଭ କରାଯାଇଛି।ବନ୍ଦର ପରିସରରେ ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଛତ୍ରପୁର ତହସିଲଦାର ଶ୍ରୀମତୀ ଦିବ୍ୟା ମହାନ୍ତି ଓ ଗୋପାଳପୁର ବନ୍ଦରର ବ୍ୟବସାୟ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ଆନୁଷ୍ଠାନିକ ଭାବରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ହେଲପେଜ୍ ଇଣ୍ଡିଆର ରାଜ୍ୟ ମୁଖ୍ୟ ଶ୍ରୀମତୀ ଭାରତୀ ଚକ୍ର ଏବଂ ନିକଟସ୍ଥ ଗ୍ରାମ ପଞ୍ଚାୟତର ପ୍ରତିନିଧି ଏବଂ ବନ୍ଦରର ବରିଷ୍ଠ ଅଧିକାରୀ ଉପସ୍ଥିତ ପ୍ରମୁଖ ଥିଲେ।ଆଦାନୀ ଫାଉଣ୍ଡେସନ ଦ୍ବାରା ନୂତନ ଭାବରେ ପରିଚାଳିତ ଏହି ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଯାନରେ ଡାକ୍ତର ଭେଷଜ ବିଶେଷଜ୍ଞ,ଫାର୍ମାସିଷ୍ଟ ଏବଂ ସାମାଜିକ ସୁରକ୍ଷା ସଂଯୋଜକ ରହିବେ।ସମସ୍ତ ବୟସର ଲୋକ ମାନଙ୍କୁ ବିଶେଷ କରି ବରିଷ୍ଠ ନାଗରିକ,ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଶଯ୍ୟାଶାୟୀ ରୋଗୀ ଯେଉଁ ମାନେ ଚିକିତ୍ସା ପାଇଁ ମେଡ଼ିକାଲ ଆସିବା ପାଇଁ ଅକ୍ଷମ ସେମାନଙ୍କ ପାଖରେ ପହଞ୍ଚି ନିରନ୍ତର ସ୍ବାସ୍ଥ୍ୟ ସେବା ଯୋଗାଇବା ଏହାର ମୁଖ୍ୟ ଉଦେଶ୍ୟ ଅଟେ।ଏହି ଯାନ ମାଧ୍ୟମରେ ମେଡ଼ିକାଲ ଟିମ ତଥା ଗ୍ରାମ ପଞ୍ଚାୟତଋ ଆଶା କର୍ମୀ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ସହଯୋଗ ରେ ସମସ୍ତ ରୋଗୀଙ୍କ ନିୟମିତ ଯାଞ୍ଚ ଏବଂ ଚିକିତ୍ସା ସୁନିଶ୍ଚିତ କରାଯିବ। ଏହା ସହିତ ବିଶେଷ ଅକ୍ଷମ ବ୍ୟକ୍ତି ମାନଙ୍କୁ ସହାୟକ ଉପକରଣ ମଧ୍ୟ ପ୍ରଦାନ କରାଯିବ।ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଯାନ ମୁଖ୍ୟତଃ ଆର୍ଯ୍ୟପଲ୍ଲୀ,କଣମଣା,କାଳିପଲ୍ଲୀ ଏବଂ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଖା ପାଖି ୨୭ ଖଣ୍ଡ ଗ୍ରାମକୁ ସେବା ପ୍ରଦାନ କରିବ। ନିୟମିତ ସମୟରେ ସେଠାକୁ ଯାଇ ଡାକ୍ତରୀ ପରୀକ୍ଷା,ମାଗଣା ଔଷଧ ବଣ୍ଟନ ତଥା ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପରିଚାଳନା କରିବ। ଯେଉଁ ମାନଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ରହିଛି ସେହି ରୋଗୀ ମାନଙ୍କୁ ରେଫରାଲ୍ ବା ସୁପାରିଶର ସହାୟତା କରାଯିବ।