ନିଷ୍ଠା ପରିବାର ତରଫ ରୁ ଗୋଟିଏ ଦିନ ରେ ଦୁଇଟି ରକ୍ତ ଦାନ ଶିବିର ଉଭୟ ଶିବିର ରୁ ୭୦ୟୁନିଟ ରକ୍ତ ସଂଗୃହୀତ…
ତା-୨୨-୧୦-୨୦୨୫ରିଖ (ବୁଧ ବାର)
ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମହୋତ୍ସବ -୨୦୨୫ ଅବସର ରେ ଗୋଟିଏ ଦିନ ରେ ଦୁଇଟି ସ୍ଥାନ ରେ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସକାଳ ସମୟ ରେ ଵରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲସ୍ତଲା ଗ୍ରାମ ରେ ଶ୍ରୀ ଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ଅବସର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର କୁ ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥି ଭାବରେ ଭି ଡି ସି ସଭାପତି ଖିରେଶ୍ୱର ପଧାନ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଦାନ ଦ୍ଵାରା ଏହି ଶିବିର ରୁ ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉପରୋକ୍ତ ଶିବିର କୁ
ରାଜୁ ମହାକୁର, ସୁମନ୍ତ ନାୟକ (ରିଲୁ), ଉଷମାନ ଖାନ, ଶଶାଙ୍କ ନାୟକ, ଦିନେଶ ପ୍ରଧାନ, ବାବଲୁ ସାହୁ, ମୁକେଶ ପ୍ରଧାନ, ବାବୁ ନାୟକ, ବାବଲୁ ମେହେର ,ଲସ୍ତଲା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସମସ୍ତ ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ଠିକ ସେହିପରି ଗିରି ଗୋବର୍ଦ୍ଧନ ପୂଜା ଅବସର ରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଟିହିଁକି ପାଲି ଗ୍ରାମ ରେ ମଧ୍ୟ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ଟିହିଁକି ପାଲି ଗ୍ରାମ ର ବୟୋଜ୍ୟେଷ୍ଠ ବ୍ୟକ୍ତି ଉଗ୍ରସେନ କୁମରା, ମହୁଲ ପାଲି ସରପଞ୍ଚ ବିଜୟ କର୍ମୀ, ନିରଞ୍ଜନ ତ୍ରୀପାଠୀ ନିମନ୍ତ୍ରିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ ୩୫ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଉଭୟ ଶିବିର ରୁ ସର୍ବମୋଟ ୭୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ଏହି ଶିବିର କୁ ନିଷ୍ଠା ପରିବାର ର ଉପଦେଷ୍ଟା ଶ୍ରୀ ଉମେଶ ପ୍ରଧାନ, ଟିହିଁକି ପାଲି ଗ୍ରାମବାସୀ ଓ ନିଷ୍ଠା ପରିବାର ସଦସ୍ୟ ସଦସ୍ୟା ମାନେ ସୁପରିଚାଳନା କରିଥିଲେ। ଉଭୟ ଆୟୋଜକ ମାନଙ୍କୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଏକ ସ୍ମୃତି ଫଳକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା, ସହଯୋଗୀ, ଶୁଭେଛୁ ମାନଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ।
