April 28, 2026

ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ରାସ୍ତା ଖରାପ ଯୋଗୁଁ ଗ୍ରାମ କୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ନବଜାତ ଶିଶୁ ପୁତ୍ର ମୃତ୍ୟୁ..

IMG-20241023-WA0023
Share

 

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ) ରାସ୍ତା ଖରାପ ଯୋଗୁଁ ଗ୍ରାମ କୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ନବଜାତ ଶିଶୁ ପୁତ୍ର ମୃତ୍ୟୁ , ଠିକ ସମୟରେ ମେଡିକାଲ ରେ ପହଂଚି ପାରିଲାନି ଗର୍ଭବତୀ ସୂଚନା ଅନୁଯାଇ ଜଣେ ଗର୍ଭବତୀ ମହିଳା ପ୍ରସବଯନ୍ତ୍ରଣା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାରୁ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଗାଁ କୁ ଯାଇ ପାରିଲା ନାହିଁ ଫଳରେ ଗ୍ରାମବାସି ଖଟିଆରେ ବୋହିଆଣିଲେ ଗର୍ଭବତୀ ଙ୍କୁ ଆମ୍ବୁଲାନ୍ସ ପାଖେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉପାନ୍ତ ରାଇଘର ବ୍ଲକ ଟିମନପୁର ପଂଚାୟତ ର ବୁଡ୍ରାପାରା ଗ୍ରାମ ର ସାଗୁନବାଡ଼ି ରେ ପରମାନନ୍ଦ ମାଝୀ ଙ୍କ ସ୍ତ୍ରୀ ଗୌତମୀ ମାଝୀ ଗର୍ଭବତୀ ହେବା ପରେ ଆଜି ପ୍ରସବ ଯନ୍ତ୍ରଣା ହେବାରୁ ପରମାନନ୍ଦ ମେଡିକାଲ କୁ ଯୋଗାଯୋଗ କରିବାରୁ କିଛିସମୟ ପରେ ଗାଁ ର ଅଧା ବାଟ ଆମ୍ବୁଲାନ୍ସ ଆସି ଅଟକି ଯାଇଥିଲା କାରଣ ରାସ୍ତା ବହୁତ ଖରାପ ଘରପାଖେ ଆମ୍ବୁଲାନ୍ସ ଆସିନପାରିବାରୁ ପରିବାର ଲୋକେ ଏବଂ ଗ୍ରାମର କିଛି ଲୋକେ ଗର୍ଭବତୀ ମହିଳା ଙ୍କୁ ଏକ ଦୌଡ଼ି ଖଟିଆରେ ଦେଢ଼ କିଲୋମିଟର ବୋହିନେଇ ଆମ୍ବୁଲାନ୍ସ ପାଖେ ପହଞ୍ଚେଇ ଥିଲେ,ପରେ ମହିଳା ଙ୍କୁ ଗୋନା ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା କିନ୍ତୁ ଦେହ ବହୁତ ଖରାପ ଥିବାରୁ ସାଙ୍ଗେ ସାଙ୍ଗେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଇଠି ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ଗୌତମୀ ମାଝୀ କିନ୍ତୁ ଦୁଃଖର ବିଷୟ ଶିଶୁ ପୁତ୍ର ମୃତ୍ୟୁ ବରଣ କରିଥିଲା, ଏଇଠି ପ୍ରଶ୍ନ ଉଠୁଛି ଦୋଷ କାହାର ଶିଶୁ ପୁତ୍ର ର ଯିଏ ଜନ୍ମହେବା ପୂର୍ବରୁ ଆଖିବୁଜିଦେଲା ନା ସ୍ଥାନୀୟ ପ୍ରଶାସନ ର ବାରମ୍ବାର ଅଭିଯୋଗ ସ୍ୱତ୍ତେ ଭି ରାସ୍ତା ପ୍ରତି କିଏ ଦୃଷ୍ଟି ଦେଲେନାହିଁ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ନା ବ୍ଲକ ଅଧିକାରୀ କାହାର ଦୃଷ୍ଟି ପଡିଲା ନାହିଁ ଏହି ବୁଡ୍ରାପାରା ରୁ ବିନୟପୁର ରାସ୍ତା ପ୍ରତି, ଫଳରେ ପ୍ରଶାସନ ର ଖାମଖିଆଳି ମନଭାବ ଯୋଗୁଁ ଗର୍ଭବତୀ ମହିଳା ଯନ୍ତ୍ରଣା ରେ ଛଟପଟ ହୋଇ ଶେଷରେ ଶିଶୁପୁତ୍ର ମୃତ୍ୟୁ ବରଣ କରିଛି।