April 29, 2026

ଉମରକୋଟ ନିକଟସ୍ଥ ଝରିଗାଁ ରେ ମୋଟରସାଇକେଲ ଓ ଟ୍ରାକ୍ଟର ମୁଁହାମୁହିଁ ଧକ୍କା…………..

IMG-20241023-WA0019
Share

 

ଉମରକୋଟ:-

(ଏମ୍.ଦିନା°ଶୁ ଆଚାରୀ) ମୋଟରସାଇକେଲ ଓ ଟ୍ରାକ୍ଟର ପରସ୍ପର ମଧ୍ୟରେ ମୁଁହାମୁହିଁ ଧକ୍କା ହେବାରୁ ତିନି ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି।

ସୂଚନା ଅନୁଯାୟି ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅନ୍ତର୍ଗତ ରତାଖଣ୍ଡିଗୁଡା ପଂଚାୟତ ଅଧୀନରେ ଥିବା ଗାଈଦଡି ଗ୍ରାମର ଦେବରାଜ ସାନ୍ତା (୩୨),ଗୁରୁଦେବ ସାନ୍ତା (୨୫) ଓ ଚୁଇମାଟି ଗ୍ରାମର ସୁରେନ୍ଦ୍ର ସାନ୍ତା(୨୭)ଏକ ପୋଖରୀ ରୁ ଗାଧୋଇ ସାରି ଏକ ମୋଟରସାଇକେଲ ଦ୍ୱାରା ନିଜ ଗ୍ରାମକୁ ଯିବା ସମୟରେ ସାମ୍ନା ପଟରୁ ଏକ ଚିପିସ ବୋଝେଇ ଟ୍ରାକ୍ଟର ସହ ଗୋଟିଛାପର ବ୍ରିଜ ନିକଟରେ ମୁଁହାମୁଁହି ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଘଟଣା ସ୍ଥାଳରୁ ଟ୍ରାକ୍ଟର ଚାଳକ ଫେରାର ହୋଇଥିଲା ଏବଂ ତିନି ମୋଟରସାଇକେଲ ଆରୋହୀ ଙ୍କୁ ଏମ୍ବୁଲାନ୍ସ ଦ୍ୱାରା ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା। ସେଠାରେ ଦେବରାଜ ସାନ୍ତା ଙ୍କ ମୁଣ୍ଡ ଓ ଡାହାଣ ଗୋଡ଼ ରେ ବହୁତ ଆଘାତ ହେବାଦ୍ବାରା ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଥିଲେ ଏବଂ ଗୁରୁଦେବ ସାନ୍ତା ଓ ସୁରେନ୍ଦ୍ର ସାନ୍ତା ଙ୍କ ଡାହାଣ ଆଣ୍ଠୁ ରେ ଆଘାତ ହୋଇଥିବାରୁ ସେମାନେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟ ରେ ଚିକିତ୍ସାଧୀନ ଅଛନ୍ତି।

You may have missed