ବୈଜ୍ଞାନିକ ହେବା ପାଇଁ ଆମେ ପ୍ରସ୍ତୁତ ..
ଆଜି ପୁରୀ ନବକଳେବର ରୋଡ଼ ଆଖଣ୍ଡଳମଣୀ ମନ୍ଦିର ନିକଟସ୍ଥ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଶିଶୁ ଭାଇଭଉଣୀ ମାନଙ୍କ ମଧ୍ୟରେ ଜ୍ଞାନ – ବିଜ୍ଞାନମେଳା ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସଭାପତି ସମରେନ୍ଦ୍ର ମିଶ୍ରଙ୍କ ଅଧକ୍ଷତାରେ ସମ୍ପାଦକ ରାଜକିଶୋର ମହାନ୍ତି ଏବଂ ପ୍ରଧାନ ଆଚାର୍ଯ୍ୟା ମମତା ମହାନ୍ତିଙ୍କ ତତ୍ୱାବଧାନରେ ଜ୍ଞାନ – ବିଜ୍ଞାନ ମେଳା ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଜ୍ଞାନ – ବିଜ୍ଞାନ ମେଳାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ନଗରପାଳ ସୁରେନ୍ଦ୍ର ଦାଶ, ମୁଖ୍ୟବକ୍ତା ବିଶିଷ୍ଟ ନାଟ୍ୟକାର ଓ ସମାଜସେବୀ ପ୍ରଦୀପ ପାତ୍ର, ଭୋଳାନାଥ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଚିନ୍ମୟୀ ଜେନା ଏବଂ କୁମ୍ଭାରପଡା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଲକ୍ଷ୍ମୀଧର ଦାଶଙ୍କ ବହୁ ମୂଲ୍ୟବାନ ଉପଦେଶ ଓ ମତାମତ ବିଚାରକୁ ଭିତ୍ତିକରି କାର୍ଯ୍ୟକ୍ରମ ଟି ମହାଡ଼ମ୍ବରରେ ପାଳନ କରାଯିବା ସହିତ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ଭାଇଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଛି l
ଏହି କାର୍ଯ୍ୟକ୍ରମ ପରିଚାଳନା କରିବାରେ ବିଦ୍ୟାଳୟ ର ସହକାରୀ ଆଚାର୍ଯ୍ୟ ଆଚାର୍ଯ୍ୟା ପୁଷ୍ପଲତା ପ୍ରଧାନ, ସବିତା ଦାଶ, ପ୍ରତିମା ରଥ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଅନିତା ପ୍ରିୟଦର୍ଶିନୀ ମହାରଣା, ନିତୁ ସିଂ, ସୁମିତ୍ରା ରାୟ, ମନୀଷା ମିଶ୍ର, ସ୍ନେହା ସାହୁ, ଶୁଭଲକ୍ଷ୍ମୀ ପ୍ରଧାନ, ପ୍ରଭୁଦତ୍ତ ରାଉତ, ପ୍ରଜ୍ଞା ପ୍ରିୟଦର୍ଶିନୀ, ଚିତ୍ରାଙ୍ଗନା ପରିଡା, ସତ୍ୟଭାମା ସ୍ୱାଇଁ, ଲିପା ଦାସ, ଲିଖିତା ରାଉତ, ସାଗ୍ନିକା ପ୍ରିୟଦର୍ଶିନୀ ସ୍ୱାଇଁ, ଶିବାରଞ୍ଜଣୀ ଦାଶ, କବିତା ନାୟକ ଏବଂ କର୍ମଚାରୀ ମାଉସୀ ମିନା ବଳିୟାରସିଂ, ସରୋଜିନୀ ଶତପଥୀ ଏବଂ ଲିଲୁମାପ୍ରଭା ମିଶ୍ର ସମ୍ପୂର୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
