October 7, 2026

ବସ୍ତା ଡାକ୍ତରଖାନାର ବିଭିନ୍ନ ସମସ୍ୟା ନେଇ ଭାରପ୍ରାପ୍ତ ଅଧିକାରୀଙ୍କୁ ଘେରିଲା କଂଗ୍ରେସ 

IMG-20261007-WA0063
Share

 

 

 

ବାଲେଶ୍ବର, ବସ୍ତା

( ଦେବାଶିଷ ଦାଶ )

 

 

 

ବାଲେଶ୍ୱର ଜିଲ୍ଲା ବସ୍ତା ଡାକ୍ତରଖାନାରେ ଡାକ୍ତର ଅଭାବ ସମେତ ବିଭିନ୍ନ ସମସ୍ୟାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବ୍ଲକ କଂଗ୍ରେସ।

 

କଂଗ୍ରେସ ପକ୍ଷର ଅଭିଯୋଗ ଅନୁସାରେ, ବସ୍ତା ଡାକ୍ତରଖାନାରେ ଦୀର୍ଘଦିନ ଧରି ଡାକ୍ତରଙ୍କ ଅଭାବ ରହିଛି। ଅନେକ ପଦବୀ ଖାଲି ପଡ଼ିଥିବା ବେଳେ, ବିଭିନ୍ନ ପଦରେ କାର୍ଯ୍ୟରତ ଅଧିକାରୀମାନେ ଅବସର ନେଇସାରିଛନ୍ତି। ଫଳରେ ରୋଗୀ ସେବା ପ୍ରଭାବିତ ହେଉଥିବା ଦାବି କରିଛି କଂଗ୍ରେସ। ବିଶେଷ କରି ସ୍ତ୍ରୀ ଓ ପ୍ରସୂତି ବିଭାଗ, ସର୍ଜରୀ ବିଭାଗ ଏବଂ ଅର୍ଥୋପେଡିକ୍ ବିଭାଗରେ ତୁରନ୍ତ ଡାକ୍ତର ନିଯୁକ୍ତି ଦାବି କରାଯାଇଛି। ଏହି ଦାବି ନେଇ ଆଜି ବ୍ଲକ କଂଗ୍ରେସ ପକ୍ଷରୁ ଧାରଣା ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ମେଡିକାଲ ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ଡାକ୍ତର ସମୀର ପଣ୍ଡା ଏବଂ ନବନିଯୁକ୍ତ ବିପିଏଚଓ ଡାକ୍ତର ବି.ଏସ୍. ଦାସ କଂଗ୍ରେସ ନେତୃତ୍ୱଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ପରେ ସଭାଗୃହରେ ସମସ୍ତ ଘଟଣାକୁ ନେଇ ଆଲୋଚନା ହୋଇଥିବା ବେଳେ, ସମଗ୍ର ବିଷୟ ସିଡିଏମଓଙ୍କୁ ଅବଗତ କରାଯାଇଥିଲା। ସିଡିଏମଓ ଫୋନ୍ ଯୋଗେ ବସ୍ତା ମେଡିକାଲକୁ ଆସି ସମସ୍ୟାର ତର୍ଜମା କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ବସ୍ତା ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତରୀ ପଦବୀ କେବେ ପୂରଣ ହେଉଛି ଏବଂ ରୋଗୀମାନଙ୍କୁ କେବେ ସୁବିଧା ମିଳୁଛି, ତାହାକୁ ନେଇ ଏବେ ଅପେକ୍ଷା ରହିଛି।