October 7, 2026

ଅସୁରକ୍ଷିତ ବାଲେଶ୍ଵର ବନଖଣ୍ଡ  ବାଲେଶ୍ବରରେ‌ ହାତୀ ମଣିଷ ଲଢ଼େଇର ଘଟୁନି ଅନ୍ତ 

IMG-20261007-WA0062
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

6 ବର୍ଷରେ 25 ଗଜରାଜଙ୍କର ମୃତ୍ୟୁ ।

 

7 ରୁ ଅଧିକ ଘଟଣାରେ କାରଣ ଅସ୍ପଷ୍ଟ ।

 

ଚାରି ବର୍ଷରେ 8 ମଣିଷଙ୍କ ଜୀବନ ଗଲାଣି

 

 

ଖାସ୍ କରି ହାତୀମୃତ୍ୟୁ ବଢ଼ିଚାଲିଛି । ଗତ ୬ ବର୍ଷରେ

(୨୦୨୦-୨୧ରୁ ୨୦୨୫-୨୬) ମଧ୍ୟରେ ବାଲେଶ୍ବର ବନଖଣ୍ଡ

ଅଧୀନରେ ୨୫ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ପୁଣି ଜଳେଶ୍ଵର ରେଞ୍ଜ ଅଧୀନରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ହାତୀର ଶବ ପଚି ନଷ୍ଟ ହୋଇଯାଇଥିବାରୁ ସପ୍ତାହରୁ ଅଧିକ ହେବ ଏହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି, ଯାହା ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । ୨୦୨୦-୨୧, ୨୦୨୧-୨୨, ୨୦୨୩-୨୪, ୨୦୨୫-୨୬ରେ ୪ ଟି ଲେଖାଏଁ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨-୨୩ରେ ୬ଟି,

୨୦୨୪-୨୫ରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିଲା । ବଂର ୭ରୁ ଅଧିକ ଘଟଣାରେ ସେହିପରି ୬ ବର୍ଷରେ ୨୫ ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେଥିରୁ ୭ରୁ ଅଧିକ ହାତୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ୯ଟି ହାତୀ ରୋଗଗ୍ରସ୍ତ କିମ୍ବା ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।

ଦିଆଯାଇ ନପାରେ ଅନ୍ୟ ମାନଙ୍କର ପ୍ରାକୃତିକ ଭାବେ ମୃତ୍ୟୁ

କାରଣ ଅସ୍ପଷ୍ଟ ରହିଥିବାରୁ ଶିକାର ଜନିତ ମୃତ୍ୟୁକୁ ଏଡ଼ାଇ ଦିଆଯାଇନପାରେ । କେବଳ ହାତୀ ମୃତ୍ୟୁ ନୁହେଁ, ଜଙ୍ଗଲ ନଷ୍ଟ

କାରଣରୁ ଅନେକ ସମୟରେ ହାତୀ-ମଣିଷ ସଂଘର୍ଷ ଘଟୁଥିବା ବେଳେ ଧନଜୀବନ ହାନୀ ହେଉଛି । ଏଇ ଯେମିତି ଚଳିତ ବର୍ଷ ଏପ୍ରିଲ ୨ ତାରିଖରେ ବସ୍ତା ଥାନା ଅମର୍ଦା ରୋଡ୍ ଫାଣ୍ଡି ଅଞ୍ଚଳରେ ଦନ୍ତାହାତୀ ଦଳି ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ମାର୍ଚ୍ଚ ୧୭ରେ ଜଳେଶ୍ବର ଥାନା ରାଇବଣିଆ ଥାନା ଅଞ୍ଚଳରେ ଦନ୍ତାହାତୀ ଜଣଙ୍କ ଘରଭାଙ୍ଗିଦେବାରୁ କାନ୍ଥ ପଡ଼ି ୨ ବର୍ଷର ଜଣେ ଶିଶୁର ମୃତ୍ୟୁ ଘଟିଥିଲା । ଆକ୍ରମଣରେ ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୮ ଜଣଙ୍କ ଜୀବନ ଯାଇଛି ଓ ୫୬ରୁ ଅଧିକ ଲୋକ ଆହାତ

ହୋଇଛନ୍ତି । ହାତୀଙ୍କ ବାସସ୍ଥାନ (ଜଙ୍ଗଲ) ଅସୁରକ୍ଷିତ ହୋଇପଡୁଥିବାରୁ ସେମାନେ ଜନବସତିମୁହାଁ ହେଉଛନ୍ତି । ଚଳିତ ବର୍ଷ ବାଲେଶ୍ବର ସହର ଉପକଣ୍ଠରେ ହାତୀ ବୁଲିବା ଓ ନୀଳଗିରି ସହରରେ ପଶିବା ଘଟଣା ଏହାର ପ୍ରମାଣ ଦେଉଛି । ହାତୀ ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଶିକାର ପାଇଁ ବାଲେଶ୍ବରରେ ଏକାଧିକ ରାକେଟ୍ କାର୍ଯ୍ୟ କରୁଥିବାର ସନ୍ଦେହ

କରାଯାଉଛି । ହେଲେ କାଁଭାଁ ଧରାପଡୁଥିବା ଶିକାରୀଙ୍କ ବିରୋଧରେ ଅନେକ ସମୟରେ କୋହଳ ଦଫା ଲଗାଯାଉ ଥିବାରୁ ସେମାନେ ଜାମିନ୍‌ରେ ଖସି ଆସି ପୁଣି ଶିକାରରେ ମାତୁଥିବା ଦେଖାଯାଇଛି । ଏହି ମାଫିଆଙ୍କ ମୂଳୋତ୍ପାଟନ ସହ ହାତୀ ପାଇଁ ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଉପଯୋଗୀ ବୃକ୍ଷରୋପଣ, ଚାରଣଭୂମିର ବିକାଶ, କୃତ୍ରିମ ଜଳାଶୟ ସୃଷ୍ଟି, ତାରବାଡ଼ ଆଦି କରି ସୁରକ୍ଷିତ ବାସସ୍ଥାନ ସୃଷ୍ଟି କରିବା ଜରୁରୀ ହୋଇପଡ଼ିଛି।