August 23, 2026
ajiro khabar
Share

 

 

୧-ବନ୍ୟାଞ୍ଚଳରେ ମହାମାରୀ ଓ ରୋଗ ଭୟ: ୪ ଜିଲ୍ଲାରେ ୪ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦିଆଗଲା ଦାୟିତ୍ୱ।

 

୨-ଭଦ୍ରକରୁ ବାଲେଶ୍ବର, ପୁଣି ଯାଜପୁରରୁ କେନ୍ଦ୍ରାପଡା।ପାଣି ଛାଡ଼ୁଛି…କାଦୁଅ ଶୁଖୁଛି…ଆଉ ଧୀରେ ଧୀରେ ଜୀବନ ଫେରୁଛି।ବତୁରା କାନ୍ଥ, ଓଦା ଚୁଲି ସାଙ୍ଗକୁ ସାପ, କୁମ୍ଭୀର ଭୟ ଜୀବନକୁ ଅଣନିଶ୍ବାସୀ କରିପକାଇଛି।

 

୩-କଟକ: ଜଷ୍ଟିସ ଦୀପକ ମିଶ୍ର ପାଇବେ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗ ରତ୍ନ’ ସମ୍ମାନ।

 

୪-କଟକ:୨୯ରୁ ଉତ୍କଳ ସାହିତ୍ୟ ସମାଜର ସମାବର୍ତ୍ତନ ଉତ୍ସବ: ଶ୍ୟାମାମଣି ଦେବୀ ପାଇବେ ‘ଉତ୍କଳ ରତ୍ନ’।

 

୫-ପୁରୀ:ଝୁଲଣ ଯାତ୍ରା ପାଇଁ ସଜେଇ ହେଇଛି ଶ୍ରୀମନ୍ଦିର; ମଠ, ଝୁଲଣ କୁଞ୍ଜରେ ଝୁଲିବେ ରାଧାକୃଷ୍ଣ।

 

୬-୩୧ ଅଗଷ୍ଟ ରୁ ସେପ୍ଟେମ୍ବର ୧: ରତ୍ନଭଣ୍ଡାରର ହେବ ଗଣତି, ଶ୍ରୀମନ୍ଦିର ପ୍ରଶାସନର ସୂଚନା।

 

୭-ଯାଜପୁର ବନ୍ୟା:୪.୩୪ ଲକ୍ଷ ପ୍ରଭାବିତ,୨୪ ଦିନ ହେଲାଣି,ବହି ବସ୍ତାନିରେ ଲାଗିଛି ଡୋରି।

 

୮-MMDR ଆକ୍ଟକୁ ନେଇ ତେଜିଲା ରାଜ୍ୟ ରାଜନୀତି, ସ୍ୱତନ୍ତ୍ର ଅଧିବେଶନ ସହ ବିରୋଧୀଙ୍କ ଆନ୍ଦୋଳନ ଚେତାବନୀ।

 

୯-ଭୁବନେଶ୍ୱର: ୟୁନିଟ୍ -୧ ହାଟରେ ପୁଣି ଅଗ୍ନିକାଣ୍ଡ,ଜଳିଗଲା ୨ ଦୋକାନ।

 

୧୦-ସରକାରଙ୍କ ସହ ଆଲୋଚନା ବିଫଳ,ସପ୍ତମ ଦିନରେ ଶିକ୍ଷକଙ୍କ ଅହୋରାତ୍ର ଧାରଣା ଜାରି।

 

୧୧-ବାରିପଦା:ମହଙ୍ଗା ପଡ଼ିଲା ପ୍ରେମ ଓ ପ୍ରତାରଣା,ଦୁଷ୍କର୍ମ ଅଭିଯୋଗରେ SI ଗିରଫ।

 

୧୨-ରାଉରକେଲା ପାନପୋଷ ସର୍କିଟ୍‌ ହାଉସ୍‌ରୁ ୪ ବନ୍ଧୁକ ଜବତ ମାମଲାରେ ବଢ଼ିଲା ତନାଘନା, ପୁଲିସ ଟାର୍ଗେଟରେ ଫେରାର ପ୍ରକାଶ ପାଶୱାନ।

 

୧୩-ଭୁବନେଶ୍ୱର:କ୍ଷମା ମାଗିବା ପରେ ବି ମିଳିଲାନି ଆଶ୍ୱସ୍ତି, ଜେଲ ଗଲେ ଦୀନବନ୍ଧୁ ନାୟକ।

 

୧୪-ବଲାଙ୍ଗୀର:ଖୋଲା କ୍ୟାମ୍ପରେ ଶୋଇଥିଲେ,ସାପ କାମୁଡାରେ କାକା-ପୁତୁରା ମୃତ।

 

୧୫-କଳିଙ୍ଗରେ ବିଶ୍ବ ଦୈ।ଡକୁଦ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍:ଶ୍ରୀଶଙ୍କର,ଆନସି, ରୋହିତଙ୍କୁ ସ୍ବର୍ଣ୍ଣ,ଶ୍ରାବଣୀଙ୍କୁ ରୈ।ପ୍ଯ।

 

୧୬-ମୁମ୍ବାଇ:Toxicକୁ ନେଇ ଜବରଦସ୍ତ କ୍ରେଜ୍‌; ଆକାଶଛୁଆଁ ହେଲାଣି ଟିକେଟ୍‌ ମୂଲ୍ୟ

 

୧୭-ହିମାଚଳ ମନ୍ଦିରଗୁଡ଼ିକରେ ୩୦ ମାସରେ ବର୍ଷିଲେ ଲକ୍ଷ୍ମୀ, ଦାନ ଅର୍ଥ ୪୨୦ କୋଟି ପାର୍।

 

୧୮-ନୀତି ଆୟୋଗର ରିପୋର୍ଟରୁ ବଡ଼ ଖୁଲାସା: ଦେଶରେ ୮.୭ କୋଟି ଯୁବକ ନା ପଢୁଛନ୍ତି, ନା କରୁଛନ୍ତି ଚାକିରି।

 

୧୯-ନୂଆ ଦିଲ୍ଲୀ:ଭ୍ରମାତ୍ମକ ବିଜ୍ଞାପନ ଓ ମିଥ୍ୟା ଦାବି ଉପରେ କାର୍ଯ୍ୟାନୁଷ୍ଠାନ,ନେସଲେ, ପେପ୍ସିକୋ ସମେତ ବହୁ କମ୍ପାନୀଙ୍କୁ ନୋଟିସ।

 

୨୦-ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ: ମାଷ୍ଟରମାଇଣ୍ଡ ହାଫିଜ୍‌ ସୟିଦକୁ ସମନ କରିବେ ଏନଆଇଏ କୋର୍ଟ ।

 

୨୧-ଓ୍ବାଶିଂଟନ୍: କାନାଡ଼ା ଉପରେ ୫୦% ଶୁକ୍ଳ ଲଗାଇଲା ଆମେରିକା।

 

🙏 *ସୁପ୍ରଭାତ* 🙏