ଆକାଶବାଣୀ କୀର୍ତ୍ତନ ଗାୟକ ରାମଚନ୍ଦ୍ର ସେଠ ଙ୍କ ପରଲୋକ ଅଞ୍ଚଳରେ ଶୋକର ଛାୟା..
ସୁରେନ୍ଦ୍ର କଠାର ,ବରଗଡ
ଅତାବିରା ବ୍ଲକ ଲରମ୍ଭା ଗ୍ରାମପଞ୍ଚାୟତ ସ୍ଥିତ ତଳି ଲରମ୍ଭାର ରାମଚନ୍ଦ୍ର ସେଠ ଓରଫ୍ ଚନ୍ଦ୍ର ୭୯ ବର୍ଷ ବୟସରେ ପରଲୋକ ଗମନ କରିଅଛନ୍ତି । ଲରମ୍ଭା ଛକରେ ଥିବା ନିଜସ୍ବ ଚା ଦୋକାନରେ ଚା ତିଆରି କରୁଥିବା ସମୟରେ ଦିନ ପ୍ରାୟ ୧୨ଘ. ସମୟରେ ଆକସ୍ମିକ ଭାବରେ ମୃତ୍ୟୁ ଘଟିଛି। ସ୍ବର୍ଗତ ରାମଚନ୍ଦ୍ର ଦୀର୍ଘଦିନ ଧରି ଲରମ୍ଭା ଡାକଘରେ ଜଣେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟକରୁଥିଲେ । ଅବସରପରେ ଲରମ୍ଭା ଛକଠାରେ ଚା ଦୋକାନ ଦେଇଥିଲେ। ଜଣେ ଉଚ୍ଚକୋଟୀର ,ପ୍ରବୀଣ କୀର୍ତ୍ତନ ଗାହକ ଭାବରେ ସେ ବେଶ ଜଣାଶୁଣା ସହ ଆକାଶବାଣୀ ଶିଳ୍ପୀ ଭାବରେ ସୁନାମଧନ୍ୟ ହୋଇପାରି ଥିଲେ ।ବୟସର ଅପରାହ୍ଣରେବି ସୁନ୍ଦର କଣ୍ଠ ସହିତ ରାଗସଙ୍ଗୀତରେ ଲୋକମନ ହରଣ କରିବାରେ ଧୁରନ୍ଧର ଥିଲେ। ଚଳିତ ବର୍ଷ ଓଡିଆପକ୍ଷ ପାଳନ ଅବସରରେ ଜଣେ ବରିଷ୍ଠ କଳାକାର ଭାବରେ ଅତାବିରା ବ୍ଲକରୁ ସମ୍ବର୍ଦ୍ଧିତ ହୋଇଥିଲେ। ସର୍ବୋପରି ଜଣେ ମେଳାପୀ, ସରଳ, କର୍ତ୍ତବ୍ଯପରାୟଣ ଓ ଲୋକପ୍ରିୟ ଥିବାରୁ ତାଙ୍କ ଚିରବିଦାୟରେ ଶୋକରଛାୟା ଖେଳି ଯାଇଛି।
