April 30, 2026

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ବିକାଶ ନର୍ସିଙ୍ଗ କଲେଜ..

IMG-20250823-WA0044
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଜନଜାତି ଅଧ୍ୟୁଷିତ ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ କଳାହାଣ୍ଡି ଜିଲ୍ଲାର ଶହ ଶହ ଗ୍ରାମ ଅତ୍ୟନ୍ତ ଦୁର୍ଗମ ପାହାଡ଼ ପର୍ବତ ଉପରେ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ଭିତରୁ ଅନେକ ଗ୍ରାମ ଏପରି ଅଛି ଯେ ସେଠାକାର ଜନଜାତି ଲୋକେ ଆଜି ମଧ୍ୟ ଆଦିମ ଯୁଗରେ ଅଛନ୍ତି। ରାସ୍ତାଟିଏ ମଧ୍ୟ ନଥିବାରୁ ଲୋକେ ଚଲାପଥ ଉପରେ ସମ୍ପୂର୍ଣ ନିର୍ଭରଶିଳ ଶିକ୍ଷା,ସ୍ୱାସ୍ଥ୍ୟ,ପରିଚ୍ଛନ୍ନତା ଏମାନଙ୍କ ଠାରୁ ଅନେକ ଦୂରରେ। ତେଣୁ କିଛି ଦିନ ପୂର୍ବେ ଭବାନୀପାଟଣା ସ୍ଥିତ ବିକାଶ ନର୍ସିଙ୍ଗ କଲେଜ ତରଫରୁ ଏକ ବୃହତ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସଚେତନ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନରେ କଳାହାଣ୍ଡିର ଅନେକ ଦୁର୍ଗମ ଜନଜାତି ଅଧ୍ୟୁଷିତ ଗ୍ରାମ ଗୁଡିକୁ ଯାଇ ସ୍ୱାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ଖାସ କରି ଜନଜାତି ମହିଳା ମାନଙ୍କୁ ସଚେତନ କରାଯାଇଥିଲା।ତେଣୁ ଏହି ବୃହତ ସଚେତନ ଅଭିଯାନ ପାଇଁ ଭବାନୀପାଟଣା ବିକାଶ ନର୍ସିଙ୍ଗ କଲେଜକୁ ଇଣ୍ଡିଆ ଵୁକ୍ ଅଫ ରେକର୍ଡରେ ସ୍ଥାନ ମିଳିଛି। ଏହି ଖବର ପ୍ରଚାର ପରେ ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି।